ଭୁବନେଶ୍ୱର (ସନ୍ଧାନ ନିୟୁଜ୍) ପୁରୀ-ହାୱଡ଼ା ଏକ୍ସପ୍ରେସର ପ୍ରାୟତଃ ୩୩ ଯାତ୍ରୀ ଟ୍ରେନରେ ପରୋଶା ଯାଇଥିବା ଖାଦ୍ୟ ଖାଇବାପରେ କଥିତ ରୂପରେ ଅସୁସ୍ଥ ହୋଇଯାଇଥିଲେ। ଦକ୍ଷିଣ ପୂର୍ବ ରେଳବାଇ (ଏସଇଆର) ଏହାର ଜାଞ୍ଚର ଆଦେଶ ଦେଇଛନ୍ତି। ଦକ୍ଷିଣ ପୂର୍ବ ରେଳବାଇର ପ୍ରବକ୍ତା ଗଣମାଧ୍ୟମକୁ କହିଛନ୍ତିଯେ ଗୋଟିଏ ବଗିର ୩୩ଜଣ ଯାତ୍ରୀ ଟ୍ରେନ ଖଡ଼ଗପୁର ପହଁଚିବାପୂର୍ବରୁ ଅସୁସ୍ଥ ହୋଇପଡ଼ିଲେ। ତାଙ୍କୁ ପ୍ରାଥମିକ ଚିକିତ୍ସା ଉପଲବ୍ଧ କରାଯାଇଥିଲା।
ସେମାନଙ୍କ ମଧ୍ୟରୁ ୧୪ଜଣଙ୍କୁ ଖଡ଼ଗପୁରରେ ରେଳବାଇ ହସ୍ପିଟାଲରେ ଭର୍ତି କରାଯାଇଛି, ବାକୀଯାତ୍ରୀଙ୍କୁ ହାୱଡ଼ା ଯାତ୍ରା ଜାରି ରଖିବାପାଇଁ କୁହାଯାଇଥିଲା। ପ୍ରବକ୍ତାଙ୍କର କହିବା ଅନୁସାର ଅଭିଯୋଗ ମିଳିବା ପରେ ଭୋଜନ ନମୁନା ପରୀକ୍ଷଣ ପାଇଁ ପଠାଯାଇଛି ଏବଂ ଏସଇଆର ପ୍ରଶାସନ ଏହି ଘଟଣାର ଜାଞ୍ଚର ଆଦେଶ ଦେଇଛନ୍ତି।
ଭୋଜନର ଆପୂର୍ତ୍ତି କରୁଥିବା ଆଇଆରସିଟିସି ମଧ୍ୟ ଅଲଗାରେ ଏହାର ଜାଞ୍ଚ କରୁଛି କି ଯାତ୍ରୀ କେଉଁ କାରଣରୁ ଅସୁସ୍ଥ ହେଲେ। ପୀଡ଼ିତଯାତ୍ରିମାନଙ୍କ ମଧ୍ୟରୁ କେତେଜଣ କହିଛନ୍ତି କି ଭାରତୀୟ ରେଳବାଇ ଖାନପାନ ଏବଂ ପର୍ଯ୍ୟଟନ ନିଗମ (ଆଇଆରସିଟିସି) ଦ୍ଵାରା ପରୋଶାଯାଇଥିବା ଭୋଜନ ଖାଇବା ପରେ ସେମାନେ ଅସୁସ୍ଥ ହୋଇଥିଲେ।
ଜଣେ ଯାତ୍ରୀ କହିଛନ୍ତି କି ଭୁବନେଶ୍ଵରରେ ଟ୍ରେନ ପ୍ରସ୍ଥାନ କରିବା ପରେ ପରୋଶା ଯାଇଥିବା ଆମଲେଟ ଏବଂ ବ୍ରେଡ ଖାଇବା ପରେ ସେ ଅସ୍ଵସ୍ଥ ଅନୁଭବ କରିଥିଲେ।