ପୁନର୍ବାସ ସହାୟତା ଯୋଜନା ଅଧିନରେ ନିଯୁକ୍ତି ପାଇଲେ ସ୍ୱାଗତିକା

Spread the love

ଯାଜପୁର, ୯.୭- ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଥଇଥାନ ଯୋଜନାରେ ସ୍ୱାଗତିକା ମହାପାତ୍ରଙ୍କୁ ଅନୁକମ୍ପା ମୂଳକ ନିଯୁକ୍ତି ମିଳିଛି । ଶୁକ୍ରବାର ଅପରାହ୍ନରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରଞ୍ଜନ କୁମାର ଗିରିଙ୍କି ଉପସ୍ଥିତିରେ ଯାଜପୁର ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ଅକ୍ଷୟ କୁମାର ମଲ୍ଲିକ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସ୍ୱାଗତିକାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ତାଙ୍କୁ ବରି ବ୍ଲକ ଅନ୍ତର୍ଗତ ଅଭିମନ୍ୟୁ ବାଲିଆ ସ୍ଥିତ ସାମନ୍ତସିଂହାର ସରକାରୀ ଉଚ୍ଚ ବିଦ୍ୟାଳୟରେ ଚୁକ୍ତି ଭିତ୍ତିକ ୪ର୍ଥ ଶ୍ରେଣୀ କର୍ମଚାରୀ ଭାବେ ଅବସ୍ଥାପିତ କରା ଯାଇଛି । ପ୍ରକାଶ ଥାଉକି ବରି ସ୍ୱାଇଁଖଣ୍ଡ ନିବାସୀ ସ୍ୱାଗତିକାଙ୍କ ସ୍ୱାମୀ ସୁଶାନ୍ତ କୁମାର ପରିଡାଙ୍କର କରୋନା ମହାମାରୀରେ ଗତ ତା ୧୦.୦୫.୨୦୨୧ ରେ ମୃତ୍ୟୁ ବରଣ କରିଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ପତ୍ନୀଙ୍କୁ ସରକାରଙ୍କ ତରଫରୁ ଏହି ଅନୁକମ୍ପା ମୂଳକ ନିଯୁକ୍ତି ମିଳିଛି ।

Related Posts

About The Author

Add Comment