ଯାଜପୁର ୨୩/୫ (ସନ୍ଧାନ ନିୟୁଜ୍)- ଯାଜପୁର ସହରର ସର୍ବ ପୁରାତନ ବିରଜା ହାଟକୁ ଜ଼ିଲ୍ଲା ପ୍ରଶାସନ ଅନ୍ୟତ୍ର ଉଠାଇ ନେଇ ଗରୁଡ଼ ହାଟ ନାମ କରଣ କରାଇ ହାଟ ଆରମ୍ଭ କରିଥିଲେ | ଆଜକୁ ଚାରିମାସ ହେବ ଯାଜପୁର ପୌରାଞ୍ଚଳ ସନ୍ଥମାଧବ ନିକଟରେ ଗରୁଡ଼ ହାଟ ହେଉଅଛି | ୨୫୦ ବର୍ଷରୁ ଉର୍ଧ୍ଵ ହେବ ବିରଜା ହାଟ ତାହାର ସ୍ୱତନ୍ତ୍ର ପରିଚୟ ଓଡିଶାରେ ସୃଷ୍ଟି କରିଥିଲା |ଜ଼ିଲ୍ଲା ତଥା ଓଡିଶା ବାହାରୁ ବିଭିନ୍ନ ବ୍ୟବସାୟୀ ମାନେ ଆସି ସେମାନଙ୍କର ବ୍ୟବସାୟ କରୁଥିଲେ | ପନି ପରିବା ଠାରୁ ଆରମ୍ଭ କରି ମଣିଷ ଜୀବନରେ ନିତ୍ୟ ବ୍ୟବହାରିକ ସମସ୍ତ ଜିନିଷ ବିରଜା ହାଟରୁ ମିଳୁଥିଲା | ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରାଜଙ୍କ ମନ୍ଦିର ପାଖରେ ବିରଜା ହାଟ ଅବସ୍ଥିତ ଥିଲା | ବେସରକାରୀ ମାଲିକାନା ସତ୍ୱରେ ଥିବା ଏହି ବିରଜା ହାଟକୁ ଅତ୍ୟାଧୁନିକ ହାଟରେ ପରିଣତ କରିବା ନିମନ୍ତେ ଯାଜପୁର ନିୟନ୍ତ୍ରିତ ବଜାର କମିଟି ଖର୍ଦୀ କରି ନିଜ ଅଧୀନକୁ ନେଇଥିଲା |କିନ୍ତୁ ପରବର୍ତୀ ସମୟରେ ଚାଷୀ, ବେପାରୀ,ଓ ବ୍ୟବସାୟ କରୁଥିବା ବ୍ୟବସାୟୀ ଏବଂ ହାଟ କମିଟିକୁ ନ ଜଣାଇ ନିୟନ୍ତ୍ରିତ ବଜ଼ାର କମିଟି ସନ୍ଥମାଧବ ନିକଟକୁ ଉଠାଇ ନେବାକୁ ପୋଲିସ ଲଗାଇ ବାଧ୍ୟ କରିଥିଲା l ସେଠାରେ ଗରୁଡ଼ ହାଟ ନାମରେ ହାଟ ପରିଚିତ କରାଇ ହାଟ ଆରମ୍ଭ କରାଇଥିଲେ | ସେ ହାଟ ଗୋଟେ ଗାଁ ଶେଷ ମୁଣ୍ଡରେ ହୋଇଥିବାରୁ କମ୍ୟୁନିକେସନ ନଥିବାରୁ ବ୍ୟବସାୟୀ ଓ ଗରାଖଙ୍କୁ ବହୁ ଅସୁବିଧା ଭୋଗିବାକୁ ପଡୁଛି l କିନ୍ତୁ ବ୍ୟବସାୟ କରିବାକୁ ସମସ୍ତ ପ୍ରକାର ସୁବିଧା ଯଥା ଶୌଚାଳୟ, ପିଇବା ପାଣି, ଖାଦ୍ୟ ପାଇଁ ହୋଟେଲ ଓ ଜଳଖିଆ ଦୋକାନ ତଥା ଛପର ନଥିବା କାରଣରୁ ଓ ମୁଣ୍ଡ ଉପରେ ପ୍ରବଳ ଖରା ପାଇଁ ଗ୍ରାହକ ନଆସିବାରୁ ବ୍ୟବସାୟରେ କ୍ଷତି ହୋଇଥିଲା | ଏପରିକି ଚାଷୀ ମାନେ ସେମାନଙ୍କର ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିପାରି ନଥିଲେ | ପ୍ରବଳ ଖରାରେ ପନିପରିବା ନଷ୍ଟ ହେଇଯାଉଥିଲା l ହେଲେ ବଜାର ନିୟନ୍ତ୍ରିତ କମିଟି ତାର ମହାସୁଲ ଚାଷୀଙ୍କ ଠାରୁ ଜବରଦସ୍ତ ଆଦାୟ କରୁଥିଲା l ଯଦ୍ୱାର ଚାଷୀ ମାନେ ଦୀର୍ଘ ଚାରି ମାସ କ୍ଷତି ସହିଥିଲେ | ଅନ୍ୟପଟେ ଏହି ଗରୁଡ଼ ହାଟକୁ ଖାଉଟି ନ ଆସିବାରୁ ଚାଷୀ ମାନେ କ୍ଷତି ସହିଥିଲେ | ଯଦ୍ୱାରା ବାଧ୍ୟ ହୋଇ ଚାଷୀ ମାନେ ପୁରୁଣା ହାଟ ବିରଜା ହାଟକୁ ଆଦରି ଗୁରୁବାର ଦିନ ଆସି ସେମାନଙ୍କର ଉତ୍ପାଦିତ ପନିପରିବା ସାମଗ୍ରୀକୁ ବିକ୍ରି କରୁଥିବାର ଦେଖିବାକୁ ମିଳିଥିଲା | ପୁରୁଣା ହାଟ ବିରଜା ହାଟରେ ଚାଷୀ ମାନେ ପନି ପରିବା ବିକ୍ରୟ କରୁଥିବାରୁ ଖାଉଟି ମାନେ ଅତ୍ୟନ୍ତ ଆନନ୍ଦ ର ସହିତ ପନିପରିବା କିଣୁ ଥିବାର ଦେଖିବାକୁ ମିଳିଥିଲା |ଏଠାରେ ସୂଚନା ଯୋଗ୍ୟଯେ ପୁରୁଣା ବିରଜା ହାଟ ଗୁରୁବାର ଓ ରବିବାର ଲାଗୁଥିଲା | ସୂଚନା ଥାଉକି ବିରଜା ହାଟରେ ପୁନର୍ବାର ହାଟ ହେବା ପାଇଁ ବ୍ୟବସାୟୀ ସଙ୍ଘ ରାଜ୍ୟ ଉଚ୍ଚନ୍ୟାୟଳୟର ଦ୍ୱାରସ୍ତ ହୋଇଛନ୍ତି |
ପୁନର୍ବାର ବିରଜା ହାଟରେ ଚାଷୀ ବିକ୍ରିକଲେ ପନିପରିବା
|
May 23, 2024 |
