ପୁନଃ ନିଯୁକ୍ତି ଦାବିରେ ଡିଏଲ୍ଓ ଅଫିସ୍ ଘେରାଉ

Spread the love

ବାରିପଦ,୧୦/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା): ବିନା କାରଣରେ କର୍ମଚାରୀଙ୍କୁ ଛଟେଇ କରଯାଇଥିବା ଅଭିଯୋଗ ।  ଆଇନକୁ ଏହା ଖୋଲାଖୋଲି ଉଲ୍ଲଙ୍ଘନ କରୁଥିବା ଆପରି ଉଠାଇଛି ନେସ୍କୋ ପାୱାର ଏ ସ୍ତ୍ରୀ ୟୁନିୟନ । ଆଦ୍ୟ ଉର୍ଜୀ ସଲୁସନ ପ୍ରାଇଭେଟ ଲିମିଟେଡ୍‌ କମ୍ପାନୀ ବିରୋଧରେ ଏମିତି ସଙ୍ଗିନ୍ ଅଭିଯୋଗ ଆସିଛି । ଏନେଇ ସଂଘର ଶତାଧିକ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ ସୋମବାର ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଥିଲେ । ଆସନ୍ତା ୮ ତାରିଖ ସୁଦ୍ଧା ନେସ୍କା ବାରିପଦା ସର୍କଲର ୩୩/୧୧ କେଭି ସବ୍‌ଷ୍ଟେସନରୁ ଛଟେଇ କରାଯାଇଥିବା ୪୧ ଜଣ ଠିକା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ପାଇଁ ସେମାନେ ଦାବି କରିଛନ୍ତି । ନଚେତ ୯ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ କରି ବାରିପଦା ନେସ୍କୋ ମୁଖ୍ୟଙ୍କ କାର୍ଯ୍ୟାଳୟରେ ଅନଶନରେ ବସିବାକୁ ଚେତାବନୀ ଦେଇଛନ୍ତି । ସେପଟେ ବିଦ୍ୟୁତ୍ କର୍ମଚାରୀଙ୍କ ଏଭଳି ଚେତାବନୀ ଜିଲ୍ଲାବାସୀଙ୍କୁ ଚିନ୍ତାରେ ପକାଇଛି । କର୍ମଚାରୀମାନେ କାର୍ଯ୍ୟ ବନ୍ଦ କଲେ ବିଦ୍ୟୁତ୍ ସରବାହରେ ବାଧା ସୃଷ୍ଟି ହେବ । ସାରା ଜିଲ୍ଲା ଅନ୍ଧକାରଛନ୍ନ ହେବାର ଆଶଙ୍କା ଦେଖାଯାଇଛି । ଏନେଇ ଜିଲ୍ଲା ଶ୍ରମ ଅଧିକାରୀ ମୋନାଲିସା ନାୟକ କହିଛନ୍ତି ଯେ, ଉକ୍ତ ଠିକା କମ୍ପାନୀ ପ୍ରମ ଆଇନକୁ ଉଲ୍ଲଙ୍ଘନ କରିଛି । ସେଥିପାଇଁ କମ୍ପାନୀର ମୁଖ୍ୟ, ନେସ୍କୋର ଅଧୀକ୍ଷଣ ଯନ୍ତ୍ରୀ ଓ ପାୱାର ଏମ୍ପ୍ରୟୀ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯାଇଛି । ମଙ୍ଗଳବାର ଅପରାହ୍ନ ସାଢ଼େ ୧୨ ସୁଦ୍ଧା ଏହାର ସ୍ଥାୟୀ ସମାଧାନ ହୋଇଯିବ । ମହାମାରୀ କରୋନା ସମୟରେ ସଂକ୍ରମଣକୁ ଖାତିର ନ କରି ନେସ୍କା ବାରିପଦା ସର୍କଲର ୩୩/୧୧ କେଭି ସବ୍‌ଷ୍ଟେସନର ଠିକା କର୍ମଚାରୀ ଉପଭୋକ୍ତାଙ୍କୁ ଅନବରତ ଭାବେ ବିଦ୍ୟୁତ୍ ସେବା ଯୋଗାଇ ଆସୁଛନ୍ତି । ଘରଦ୍ବାର ଛାଡ଼ି ଖରାବର୍ଷାକୁ ଖାତିର୍ ନ କରି ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି ତଥାପି ଆଦ୍ୟ ଉର୍ଜା। ସଲ୍ୟୁସନ ପ୍ରାଇଭେଟ୍ ଲିମିଟେଡ୍‌ କମ୍ପାନୀ ଜିଲ୍ଲାରେ ଥିବା ମୋଟ ୩୨ଟି ୧ ଷ୍ଟ୍ରକ୍‌ଚରରେ ୨୨୪ ଜଣ ଠିକା କର୍ମଚାରୀଙ୍କୁ ଠିକ୍ ସମୟରେ ଓ ପ୍ରାପ୍ୟ ମୁତାବକ ଦରମା ଦେଉ ନହାନ୍ତି । ଏଥିସହିତ ନେସ୍କୋ କର୍ତ୍ତୁପକ୍ଷଙ୍କଠାରୁ ଟଙ୍କା ନେଇ କର୍ମଚାରୀଙ୍କର ଇପିଏଫ ଓ ଇଏଆଇ ଟଙ୍କା ଏଜେନ୍ସି ଜମା କରୁନି । ଏନେଇ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବାରୁ ଆକ୍ରୋଶମୂଳକ ଭାବେ ୪୧ ଜଣ ଅସ୍ଥାୟୀ କର୍ମଚାରୀଙ୍କୁ ନୋଟିସ୍ ନ ଦେଇ ଚାକିରିରୁ ବହିଷ୍କାର କରିଥିବା ଅଭିଯୋଗ ହୋଇଛି । ସେପଟେ  ନେସ୍କୋର କର୍ତ୍ତୃପକ୍ଷଙ୍କ ଉଦାସୀନତା ପାଇଁ ଠିକା ସଂସ୍ଥା ମନମୁଖୀ ଭାବେ କାର୍ଯ୍ୟ କରୁଛି । ଏନେଇ ଗତ ୬ ତାରିଖରେ ନେସ୍କୋ ମୁଖ୍ୟାଳୟର ଅଧିକାରୀଙ୍କ ଦ୍ଵାରା କମ୍ପାନୀର କାଗଜପତ୍ର ଯାଞ୍ଚ କରାଯାଇଥିଲା । ହେଲେ ଏପର୍ଯ୍ୟନ୍ତ ଠିକା କମ୍ପାନୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି । ଫଳରେ କମ୍ପାନୀ ଶ୍ରମ ଆଇନ୍‌କୁ ଉଲ୍ଲଙ୍ଘନ କରି କର୍ମଚାରୀଙ୍କୁ ଛଟେଇ କରିବାକୁ ସାହସ କଲା ବୋଲି ମଧ୍ୟ ପାୱାର ଏମ୍ରାଇଜ୍ ୟୁନିୟନ୍ ଅଭିଯୋଗ କରିଛି । ଏନେଇ ସୋମବାର ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଉପସ୍ଥିତିରେ ନେସ୍କୋ ଅଧୀକ୍ଷଣ ଯନ୍ତ୍ରୀ କ୍ଷୀରୋଦ କୁମାର ବେହେରା, ଆଦ୍ୟ ଉର୍ଜା ସଲ୍ୟୁସନ ପ୍ରାଇଭେଟ ଲିମିଟେଡର ମୁଖ୍ୟ ପରିଚାଳକ ଦୀପ୍ତିରଞ୍ଜନ ନନ୍ଦ ଓ ପାୱାର ଏମ୍ପିୟୀଜ୍ ୟୁନିୟର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଦୀର୍ଘ ୨ ଘଣ୍ଟା ଧରି ଉଭୟ ପକ୍ଷଙ୍କ ସହ ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ବାହାରି ପାରି ନ ଥିଲା। ମଙ୍ଗଳବାର ସାଢ଼େ ୧୨ଟା ସୁଦ୍ଧା କମ୍ପାନୀ କର୍ତ୍ତୃପକ୍ଷ, ନେସ୍କୋ ଅଧିକାରୀ ଓ ସଂଘର କର୍ମକର୍ତ୍ତା ଆଲୋଚନା କରି ସମାଧାନ କରିବାକୁ ଶ୍ରମ ଅଧିକାରୀ ଶ୍ରୀମତୀ ନାୟକ ନିର୍ଦ୍ଦେଶ ଦେଇଛନ୍ତି । ନଚେତ୍ ଠିକା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାଇ ଦେଇଛନ୍ତି ।

Related Posts

About The Author

Add Comment