ପୁନଃନିଯୁକ୍ତି ଦାବିରେ ନେସ୍କୋ ଅଫିସ୍ ଘେରାଉ

Spread the love

ବାରିପଦା, ୧୧/୯(ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା): ଆଦ୍ୟ ଉର୍ଜା ସନ୍ନ୍ୟାସର ବିନା କାରଣରେ ନେସ୍କୋ ବିଦ୍ୟୁତ କର୍ମଚାରୀଙ୍କୁ ଛଟେଇ କରିବା ଘଟଣା ନେଇ ନେସ୍କୋ ଅଫିସ୍ ଘେରାଉ କରାଯାଇଥିଲା । ଆକ୍ରୋଶ ମୂଳକ ଭାବେ ଠିକା ସଂସ୍ଥା କାର୍ଯ୍ୟରୁ ଅନ୍ତର କରିଥିବା ୪୧ ଜଣ କର୍ମଚାରୀଙ୍କୁ ପୁନଃନିଯୁକ୍ତିର ଦାବିରେ ଏହି ଘେରାଉ ହୋଇଥିବା ବେଳେ ଠିକା କମ୍ପାନୀ ଦୁଇ ମାସ ହେଲା ଦରମା ଦେବାରେ ଅନିୟମିତତା କରୁଥିବାର ମଧ୍ୟ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ସମୟ ରେ ବିନା କାରଣରେ ନେସ୍କୋ କର୍ମଚାରୀଙ୍କୁ ଆଦ୍ୟ ଉର୍ଜା ସନ୍ନ୍ୟାସନର ୪୧ କର୍ମଚାରୀଙ୍କୁ ଛଟେଇ କରିବା ସହ ଦୀର୍ଘ ଦୁଇ ମାସର ଦରମା ଦେଇ ନାହାନ୍ତି । ଆଦ୍ୟ ଉର୍ଜା ସଲ୍ୟୁସନ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ଶ୍ରମ ଆଇନକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଥିବା ଆପଢି ଜଣାଇ ପାୱାର ଏଥୁଇ ୟୁନିଅନ ନେସ୍କୋ କାର୍ଯ୍ୟାଳକୁ ଘେରିବା ସହ ପୂର୍ବରୁ ଏ ସମସ୍ୟା ନେଇ ଚଳିତ ମାସ ୭ ତାରିଖରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ସାକ୍ଷାତ କରି ଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିଲା । ତେଣୁ ବାଧ୍ୟହୋଇ କର୍ମଚାରୀ ମାନେ ବିକ୍ଷୋଭ କରିଥିଲେ । ଏନେଇ ଜିଲ୍ଲା ନେସ୍କୋ ଅଧ୍ୟକ୍ଷଣ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ଠିକା ସଂସ୍ଥାର କାମକୁ ନିନ୍ଦା କରିବା ସହ ସଂସ୍ଥା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସମସ୍ତ ୪୧ ଜଣ ଛଟେଇ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ଜିଲ୍ଲା ନେସ୍କୋ ଅଧ୍ୟକ୍ଷଣ ଯନ୍ତ୍ରୀ ଇଂକ୍ଷୀରୋଦ ବେହେରା ପ୍ରତିଶ୍ରୁତି ଦେବା ପରେ ଘେରାଉ ହଟିଥିଲା ।

Related Posts

About The Author

Add Comment