ପୁଣି ବିବାଦରେ କମ୍ପଗଡ଼ ଭୁବନେଶ୍ଵରୀ ବିଦ୍ୟାଳୟ ଛନ୍ଦି ହେଲା

Spread the love

ଯାଜପୁର, : ୧୨/୮/୨୬ (ସନ୍ଧାନ ନ୍ୟୁଜ)  ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ କମ୍ପଗଡ଼ ଭୂବନେଶ୍ଵରୀ ବିଦ୍ୟାଳୟ ଶିକ୍ଷୟିତ୍ରୀଙ୍କ ଦସ୍ତଖତ ଲିଭାଯାଇଥିବା  କରାଯିବା ପରେ ବରୀ ଶିକ୍ଷା ମଣ୍ଡଳୀ ରତ୍ନଗିରି ସାଧନ କେନ୍ଦ୍ର ଅନ୍ତର୍ଗତ କମ୍ପଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ  ପୁଣୀ ଏକ ବିବାଦ ମୁଣ୍ଡ ଟେକିଥିବା ଜଣାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ଦୁଇ ଜଣ ଶିକ୍ଷକଙ୍କ ମଧ୍ୟରେ ଅନ୍ତରଙ୍ଗ ବିବାଦ ପାଇଁ ଅନ୍ୟ ବିଦ୍ୟାଳୟକୁ ବଦଳି କରାଯାଇଥିବା ବେଳେ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ସମନୟ ଅଭାବ ଯାରି ରହିଥିବା ମଣ୍ଡଳ ଶିକ୍ଷାଧିକାରୀ ନିକଟରେ ଦାଖଲ ହୋଇଥିବା ଏକ ଅଭିଯୋଗରୁ ସ୍ପଷ୍ଟ ହୋଇଯାଇଛି । ଅଭିଯୋଗ ଅନୁଯାୟୀ ବିଦ୍ୟାଳୟ କ୍ରୀଡା ଶିକ୍ଷୟିତ୍ରୀ ଉପସ୍ଥାପନ ଖାତାରେ ଦସ୍ତଖତ କରିଥିଲେ । ୨୦୨୪ ମସିହା ନଭେମ୍ବର ମାସରୁ ୨୦୨୫ ଅପ୍ରେଲ ମାସ ମଧ୍ୟରେ ଦସ୍ତଖତ ଗୁଡ଼ିକୁ ନାକଜ କରିବା ତାହା ଉପରେ ଧଳା କାଳି ବୁଲାଯାଇ ନାଲି କାଳିରେ ଅନୁପସ୍ଥିତ ଲେଖାଯାଇଛି । ତତ୍କାଳୀନ ପ୍ରଧାନ ଶ୍ରିକ୍ଷୟିତ୍ରୀ ଅର୍ପିତା  ସାହୁଙ୍କ କାର୍ଯ୍ୟ କାଳ ସମୟରେ ଏହି ଜାଲିଆତି କରାଯାଇଛି  । ଏହା ସହିତ ପୁରୁଣା ଉପସ୍ଥାପନ ଖାତାରେ ଅଧାରୁ ଅଧିକ ଫାଙ୍କା ଥିବାସତ୍ଵେ ତାହାକୁ ବଦଳାଇ ନୂଆ ଉପସ୍ଥାପନ କରାଯାଇଛି ଅର୍ପିତା ସାହୁଙ୍କୁ ପଚାରିବାରୁ ସେ ଏ ବିଷୟରେ ଜାଣି ନ ଥିବା ପ୍ରକାଶ କରିଛନ୍ତି । ବ୍ଲକ ଶିକ୍ଷାଅଧିକାରୀଙ୍କ ସହିତ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନାହିଁ ।

Related Posts

About The Author

Add Comment