ପିସିସି ସଭାପତିଙ୍କ ପ୍ରସିଦ୍ଧ ଶୈବପୀଠ ମହାବିନାୟକ ଦେବଜୀଉଙ୍କ ଦର୍ଶନ ଓ ସାମ୍ବାଦିକଙ୍କ ସହିତ ସ୍ୱତନ୍ତ୍ର ସାକ୍ଷାତ

Spread the love

ଚଣ୍ଡିଖୋଲ,୧୯/୦୬,( ସନ୍ଧାନ ନିୟୁଜ)-ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ବଡ଼ଚଣା ବ୍ଲକ୍ ଅନ୍ତର୍ଗତ କୁଳ ହରିପୁର ଗ୍ରାମଠାରେ ସଙ୍କଟ ମୋଚନ ସିଦ୍ଧ ମହାବୀରଙ୍କ ଦର୍ଶନ ସାରି ପ୍ରସିଦ୍ଧ ଶୈବପୀଠ ମହାବିନାୟକ ଦେବଜୀଉଙ୍କ ମନ୍ଦିରରେ ପଂହଚି ପୂଜାଚ୍ଚର୍ନା କରିଥିଲେ । ମହାବିନାୟକ ମନ୍ଦିର ଯିବା ସମୟରେ ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ଚଣ୍ଡିଖୋଲ ଛକଠାରେ ସାମ୍ବାଦିକ ଶିବରାମ ସାହୁ, ପ୍ରୟାସର ସଂପାଦକ ଭାରତ ଭୂଷଣ ପଣ୍ଡା, ହେମଶ କୁମାର ଜେନା, ପ୍ରୟାସ ସଭାପତି ଆଇନଜୀବୀ ଆଶିଷ୍ ମହାପାତ୍ର, ଯୁବନେତା ଚର୍ଚ୍ଚିତ ମାହାଲା ପ୍ରମୁଖ ସମ୍ବର୍ଦ୍ଧିତ କରି ରାଜନୈତିକ ବିଷୟରେ ସମ୍ୟକ୍ ଆଲୋଚନା କରାଯାଇଥିଲା । ସଭାପତି ହେବା ପରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ପାଇଁ ଆପଣ କେଉଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ପ୍ରଶ୍ନ କରାଯାଇଥିଲା । ତାଙ୍କ ଉତରରେ ସେ ପ୍ରକାଶ କରିଥିଲେ ଯେ କଂଗ୍ରେସ ସଂଗଠନକୁ ରାଜ୍ୟରେ ସୁଦୃଢ଼ କରିବା ପାଇଁ ପ୍ରତ୍ୟେକ ବ୍ଲକ୍ରେ ସରକାରଙ୍କର ଜନ ବିରୋଧି କାର୍ଯ୍ୟକୁ ପ୍ରତିବାଦ କରିବା ସହିତ ମୁଁ ମଧ୍ୟ ବିଭିନ୍ନ ଗ୍ରାମକୁ ଯାଇ ଲୋକାମାନଙ୍କ ସହିତ ସମସ୍ୟା ସଂପର୍କରେ ଆଲୋଚନା କରି କଂଗ୍ରେସ ସପକ୍ଷରେ ଜନ ମତ ସଂଗ୍ରହ କରିବି । ବର୍ତମାନ ବିଜେଡ଼ି ସରକାର ଯେଉଁ ପ୍ରକାରର ବିଜୁ ଯୁବ ବାହାଦୀ ନାମରେ କେବଳ ବିଜେଡ଼ି କର୍ମୀଙ୍କୁ ଅନ୍ତର୍ଭୁକ୍ତ କରି କେଉଁ କାର୍ଯ୍ୟକ୍ରମ କରିବେ ଉତରରେ ଶ୍ରୀ ପଟ୍ଟନାୟକ କହିଥିଲେ ବିଜେଡ଼ି ଦଳ ବିଜୁ ବାବୁଙ୍କ ନାମରେ ନାମିତ କେଉଁ ଭଳିଭାବେ ବିଜୁ ଯୁବ ବାହାନୀ କରିଛନ୍ତି ଆସନ୍ତା ନିର୍ବାଚନ ପୂର୍ବରୁ ସରକାରୀ ଅର୍ଥକୁ ବିଭିନ୍ନ ଆଳ ଦେଖାଇ ଦଳୀୟ ସଂଗଠନରେ ଖର୍ଚ୍ଚ କରି ଲୋକଙ୍କୁ ଭୁଅାଁ ବୁଲାଇବା ପାଇଁ ଚେଷ୍ଟା କରିବେ ବୋଲି ପ୍ରକାଶ କରିଥିଲେ । ସଭାପତିଙ୍କ ସହିତ ପ୍ରାକ୍ତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ଓ ଆଇନ୍ଜୀବୀ ନିହାର ରଂଜନ ବଳ ପ୍ରମୁଖ ଉପସ୍ଥିତି ଥିଲେ ।

Report by Aratrana Sahoo

Related Posts

About The Author

Add Comment