Homeସହରଭୁବନେଶ୍ୱରପିଇଓ ମାନଙ୍କୁ ଅନ୍ୟମାନଙ୍କ ଭଳି ଠକିବାକୁ ଉଦ୍ୟମ କରୁଛି ରାଜ୍ୟ ସରକାର; ଭୂବନେଶ୍ୱରରେ ବିଶାଳ ରାଲି କରି ସରକାରଙ୍କୁ ଦାବି ଜଣାଇଲେ ପିଇଓ ମାନଙ୍କୁ ଅନ୍ୟମାନଙ୍କ ଭଳି ଠକିବାକୁ ଉଦ୍ୟମ କରୁଛି ରାଜ୍ୟ ସରକାର; ଭୂବନେଶ୍ୱରରେ ବିଶାଳ ରାଲି କରି ସରକାରଙ୍କୁ ଦାବି ଜଣାଇଲେ Sandhan News | August 23, 2023 | Spread the love ଜିଓ ନବାହାରିବା ପ୍ରର୍ଯ୍ୟନ୍ତ ଗଣଧାରଣା ଜାରି ରହିବ: ରାଜ୍ୟ ସଂଘ ଭୁବନେଶ୍ୱର, (ସନ୍ଧାନ ନିୟୁଜ) : ନିଜର ୨ଦଫା ଦାବି ପୂରଣ କରିବା ପାଇଁ ଦୀର୍ଘ ଦିନରୁ ଦାବି କରି ଆସୁଥିବା ପଂଚାୟତର କାର୍ଯ୍ୟନିର୍ବାହୀ ସଂଘର ଗଣଧାରଣା କରି ଶେଷରେ ଭୁବନଶ୍ୱରରେ ଗାନ୍ଦୀମାର୍ଗରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଭୂବନେଶ୍ୱରରେ ୩୦ ଜିଲ୍ଲାର ସମସ୍ତ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ଯୋଗଦେଇ ବିଶାଳ ରାଲି କରି ରାଜ୍ୟ ସରକାରଙ୍କ ନିକଟରେ ନିଜର ଦାବି ରଖିଛନ୍ତି । ଅପରାହ୍ନ ୪ଟା ବେଳେ ପଂଚାୟତ ରାଜ ବିଭାଗ ରାଜ୍ୟ କମିଟିକୁ ଡାକି ବିଚାର ବିର୍ମଶ କରି ଦାବି ପୂରଣ କରିବା ପାଇଁ ସମସ୍ତ ବିଭାଗକୁ କୁହାଯାଇଛି ଆନ୍ଦୋଳନକୁ ପତ୍ୟାହର କର ବୋଲି କହିଥିଲା । ଏହାପରେ ଜିଇଓ ନବାହାରିବା ପ୍ରର୍ଯ୍ୟନ୍ତ ପିଇଓ ମାନେ ଧାରଣରୁ ନିବୃତ ହେବେ ନାହିଁ ବୋଲି ରାଜ୍ୟ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଫଳରେ ପୁଣିଥରେ ଗତକାଲି ଠାରୂ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଗଣଧାରଣା ଚାଲୁ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଯେ ପ୍ରର୍ଯ୍ୟନ୍ତ ସରକାର ବିଦ୍ଧିବଦ୍ଧ ଭାବେ ସରକାରୀ ଆଦେଶ ରାଜପତ୍ର ପ୍ରକାଶ ନକରିଛନ୍ତି ଏବଂ ସମସ୍ତ ଦାବି ଗୁଡିକକୁ ମଞ୍ଜୁର ନକରିଛନ୍ତି ସେ ପ୍ରଯøର୍୍ୟନ୍ତ ଧାରଣ ଚାଲୁ ରହିବ ବୋଲି ରାଜ୍ୟସଂଘ ସଭାପତି ସୁବାଶ କର ରୋକଠୋକ ଶୁଣାଇଦେଇଛି । ୨୦୧୬ ମସହାରେ ସରକାର ଏହାକୁ କରିବା ପାଇଁ ଲିଖିତ ପ୍ରତିଶୃତି ଦେଇଥିଲା । ହେଲେ ଏପ୍ରଯ୍ରଁନ୍ତ ତାହାକୁ ପାଳନ କରିନାହିଁ । ସେବେଠାରୁ ପିଇଓ ସରକାରଙ୍କୁ ଦାବି ଜଣାଇ ଆସୁଥିଲେ ସରକାର ସେମାନଙ୍କର କୌଣସି ଗୋଟିଏବି ଦାବି ପୂରଣ କରିନାହାନ୍ତି । ପଂଚାୟତର ସମସ୍ତ କାର୍ଯ୍ୟରେ ଶତପ୍ରତିଶତ ସହଭାଗୀତା ରହିଥିବା ଏହି ପିଇଓ ମାନଙ୍କୁ ସରକାର କାହିଁକି ଏତେ ହୀନ ମନରେ ଦେଖୁଛନ୍ତି ତାହାବି ବଡପ୍ରଶ୍ନବାଚୀ ସୃଷ୍ଟି କାରିଛି । ଅଗାକୁ ବିଧାନସଭା ନିର୍ବାଚନ ଥିବାରୁ ଏହି ଆନ୍ଦୋଳନ ସରକାରଙ୍କୁ ମହଙ୍ଗା ପଡିବ ବୋଲି ସାଧରଣରେ ଚର୍ଚ୍ଚା ଚାଲିଛି । ସେମାନଙ୍କ ଉଚ୍ଚିତ ଦାବି ଯଥା ଯୋଗ୍ୟତାରେ ପରିବର୍ତ୍ତନ କରି ଯୁକ୍ତ ୩ କରିବା, ମୂଳ ଦରମା ହାର ୫ରୁ ବୃଦ୍ଧି କରି ସ୍କେଲ ପେ ୯ କରିବା, ସେମାନଙ୍କୁ କ୍ୟାଡର ଭୁକ୍ତ କରିବା ସହିତ ଶତପତ୍ରିଶତ ପ୍ରୋମୋସନ କରିବା ଆଦି ଦାବି ରଖିଛନ୍ତି । ପଂଚାୟତରେ କାର୍ଯ୍ୟ ହେତୁ ସମସ୍ତ କାର୍ଯ୍ୟ ଠପ ହୋଇପଡିଥିବାରୁ ସାଧରଣ ଲୋକମାନେ ହଇରାଣ ହେଉଛନ୍ତି । ସରକାର ତୁରନ୍ତ ମାନିନେବା ଉଚ୍ଚିତ ବୋଲି ରାଜ୍ୟର ବୁଦ୍ଧିଜିବୀ ମାନେ ପ୍ରକାଶ କରିଛନ୍ତି । Related Posts ବଡଚଣାରେ ବିଜେଡିର ବିଜୟ May 23, 2019 | Sandhan News | ଅଧିକ ପଢନ୍ତୁ ଏନ୍ସିପିସିଆର୍ର କ୍ରାଇମ୍ବ୍ରାଞ୍ଚକୁ ଚିଠି :ବର୍ଦାସ୍ତ ହେବନି ଶିଶୁଙ୍କ ପ୍ରତି ନୃଶଂସ ଆଚରଣ, ପଦକ୍ଷେପ ନେବାକୁ ଜିଲ୍ଲା ଏସ୍ପିଙ୍କୁ ଏଡିଜିଙ୍କ ନିର୍ଦ୍ଦେଶ June 15, 2018 | Manas Kumar Rout | ଅଧିକ ପଢନ୍ତୁ ଥରୁଛି ରାଉରକେଲା, ପାରା ୧୧ ଡିଗ୍ରିକୁ ଖସିଲା December 6, 2019 | Manas Kumar Rout | ଅଧିକ ପଢନ୍ତୁ ମାଳଦ୍ୱୀପକୁ ସାହାଯ୍ୟର ହାତ ବଢାଇଲା ଭାରତ, ୧.୪ ବିଲିୟନ ଡଲାର ସହାୟତା ଘୋଷଣା କଲେ ମୋଦି December 17, 2018 | Santosh Rout | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ଏନ୍ସିପିସିଆର୍ର କ୍ରାଇମ୍ବ୍ରାଞ୍ଚକୁ ଚିଠି :ବର୍ଦାସ୍ତ ହେବନି ଶିଶୁଙ୍କ ପ୍ରତି ନୃଶଂସ ଆଚରଣ, ପଦକ୍ଷେପ ନେବାକୁ ଜିଲ୍ଲା ଏସ୍ପିଙ୍କୁ ଏଡିଜିଙ୍କ ନିର୍ଦ୍ଦେଶ June 15, 2018 | Manas Kumar Rout | ଅଧିକ ପଢନ୍ତୁ
ମାଳଦ୍ୱୀପକୁ ସାହାଯ୍ୟର ହାତ ବଢାଇଲା ଭାରତ, ୧.୪ ବିଲିୟନ ଡଲାର ସହାୟତା ଘୋଷଣା କଲେ ମୋଦି December 17, 2018 | Santosh Rout | ଅଧିକ ପଢନ୍ତୁ