ବାରିପଦା, ୨୮/୯(ସନ୍ଧାନ ନ୍ୟୁଜ୍): ସ୍ଵାଧୀନତାକୁ ବିତିଗଲାଣି ୭୪ବର୍ଷ । ଗଣତନ୍ତ୍ର ରାଷ୍ଟ୍ରରେ ସରକାର ଜନ କଲ୍ୟାଣ କାର୍ଯ୍ୟ ସହ ଜନ ସାଧାରଣଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଏକ ପ୍ରକାର ବାଧ୍ୟ । ମାତ୍ର ବଣ ପାହାଡ ଘେରା ଆଦିବାସୀ ମୂଲକରେ ଏଥିରେ ଦେଖା ଦେଇଛି ଘୋର ବ୍ୟତିକ୍ରମ । ଭାରତ ମଙ୍ଗଳରେ ପହଞ୍ଚି ସାରିଥିବା ବେଳେ ବଣ ମୂଲକରେ ଏବେ ବି ସଭ୍ୟତାର ଆଲୁଅର ଛିଟା ପଡି ନି କି ସରକାରୀ ଯୋଜନା ପହଞ୍ଚି ପାରିନି । ବଣ ମୂଲକରେ ବିଜୁଳି ଅଲୁଆ ସାତ ସପନ ଥିବା ବେଳେ ବନବାସୀଙ୍କ ଯାତାୟାତ ଲାଗି ରାସ୍ତା ଖଣ୍ଡ ନଥିଲା । ଅନେକ ନିର୍ବାଚନ ଗଲାଣି । ନେତାଙ୍କ ପ୍ରତିଶ୍ରୁତିରେ କିନ୍ତୁ ବନବାସୀଙ୍କ ସମସ୍ୟା ସୁଧୁରିନି । ପ୍ରଶାସନ ନିକଟରେ ଅପାଠୁଆ ଗରିବ ଆଦିବାସୀ ଅନେକ ଥର ଗୁହାରି କରିଛନ୍ତି ତଥାପି ସୁଫଳ କିଛି ମିଳିଲାନି । ତେଣୁ ଶିମିଳିପାଳ ପାହାଡ ଭିତରେ ଥିବା ୨ଟି ପଞ୍ଚାୟତର ୧୧ଖଣ୍ଡ ଗ୍ରାମବାସୀ ମାଉଣ୍ଟେନ ମ୍ୟାନ ଦଶରଥା ମାଞ୍ଜାଙ୍କ ପରି ନିଜେ ନିଜେ ଜଣେ ଜଣେ ଦଶରଥ ମାଥୀ ପାଲଟି ଗଲେ । ଆଉ ମିଳିତ ଭାବେ ଶ୍ରମ ଦାନ କରି ପାହଡ ଭିତରେ ୪କିମି ରାସ୍ତା ତିଆରିରେ ସଫଳ କଲେ । ଏପରି ଏକ ନିଆରା ଘଟଣା ଦେଖୁ ବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ପାଦଦେଶରେ ଅବସ୍ଥିତ ବାଙ୍ଗିରିପୋଷି ବ୍ଲକର ଚାକିଡ଼ି ଓ ବ୍ରାହ୍ମଣ ନ ଗା ପଞ୍ଚାୟତରେ । ଶିମିଳିପାଳରେ ଥିବା ବରେହୀପାଣି ଜଳପ୍ରପାତରୁ ଉତ୍ପଭି 2 ହୋଇଥିବା ମୟୂରଭଞ୍ଜର ବୃହତ୍ତମ ନଦୀ ବୁଢାବଳଙ୍ଗ ନଦୀର 2 ଧାର ଗ୍ରାମବାସୀଙ୍କ ଗମନା ଗମନ ପାଇଁ ବାଧକ ସାଜିଥିଲା । । ଏଥିପାଇଁ ନଦୀ ଆରପଟରେ ଥିବା ଚାକଡି ପଞ୍ଚାୟତର ତିନୋଟି 5 ଗାଁ ଜାମତୋଳିଆ, ଖଡିଘାଟୀ ଓ କୁସୁମତୋଟା ବର୍ଷକ ଚାରିମାସ ଗମନାଗମନ ବନ୍ଦ ରହୁଥିଲା । ଅନ୍ୟ ଆଠମାସ ସେମାନଙ୍କୁ ନଦୀ ପାରିହୋଇ ଯିବାକୁ ପଡ଼ୁଥିଲା । ଆବଶ୍ୟକ ବେଳେ ଗାଁକୁ ଆମ୍ବୁଲାନ୍ସଟିଏ ଆସିପାରୁ ନଥିବାରୁ ରୋଗୀ ଓ ଗର୍ଭବତୀମାନଙ୍କ ଦୁଃଖର ସୀମା ନଥିଲା । ୧ଟଙ୍କିଆ ଚାଉଳ, ଭତ୍ତା କିମ୍ବା କୌଣସି ସରକାରୀ କାମରେ ପଞ୍ଚାୟତ ଅଫିସ ଯିବା ପାଇଁ ନଦୀ ପାରି ” ହେବାକୁ ଲୋକମାନେ ବାଧ୍ୟ ହେଉଥିଲେ । ଜଙ୍ଗଲ ମୂଲକରେ ବସ ବାସ କରୁଥିବା ଏଠାକାର ଅଧୁବାସୀ ମାନେ ଏବେ ବି ସ୍ଵାଧୀନତାର ପ୍ରକୃତ ସ୍ବାଦ ଚାଖୁ ନଥିବା ବେଳେ ବାହ୍ୟ ଦୁନିଆରୁ ଦୂରେଇ ରହିଥିଲେ । ତେବେ ଜୀବନ ପଥକୁ ସୁଗମ କରିବା ପାଇଁ ଚାକିଡ଼ି ଓ ବ୍ରାହ୍ମଣ ଗାଁ ୨ଟି ପଞ୍ଚାୟତର ୧୧ ଟି ଗାଁର ଲୋକ ପାହାଡ କାଟି ଜାମତୋଳିଆରୁ ମଝିଗାଁ ପର୍ଯ୍ୟନ୍ତ ରାସ୍ତା ନିର୍ମାଣର ନିଷ୍ପତ୍ତି ନେଲେ । ଏଥିରେ ବନବାସୀ କଲ୍ୟାଣ ଆଶ୍ରମର ସ୍ଥାନୀୟ କାର୍ଯ୍ୟକର୍ତ୍ତା ମାନେ ନେତୃତ୍ବ ନେଲେ । ପ୍ରତି ସପ୍ତାହରେ ଗୋଟିଏ ଦିନ ୧୮୦ରୁ ୨୦୦ ଲୋକ ଶ୍ରମଦାନ କରି ରାସ୍ତା ନିର୍ମାଣର ନିଷ୍ପଭି ନେଇ କାମ ଆରମ୍ଭ କରିଥିଲେ । ପ୍ରତି ଶୁକ୍ରବାର ଏମାନେ ଶ୍ରମଦାନ କରିବାରୁ ଅଳ୍ପ କିଛିମାସ ମଧ୍ୟରେ ଏହି ତିନୋଟି ଗାଁକୁ ସବୁଦିନିଆ ରାସ୍ତା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାସ୍ତା ମଝିରେ ଥିବା ଆଉ ୨ଟି ବଡବଡ ପଥର ଭଙ୍ଗା ସରିଲେ ରାସ୍ତା କାମ ସଂପୂର୍ଣ୍ଣ ହେବ ବୋଲି ସୂଚନା ମିଳିଛି । ତବେ ରାସ୍ତା ନିର୍ମାଣ ଶେଷ ହେବାକୁ ବସିଥିବା ବେଳେ ବନବିଭାଗ ପହଞ୍ଚି ଏବେ ରାସ୍ତା କାମକୁ ବନ୍ଦ ରଖୁଥିବା ଜଣା ପଡିଛି । ତେବେ କରୋନା ସମୟରେ ଯାତାୟାତରେ ଅସୁବିଧା ସତ୍ତ୍ୱେ ବିଭିନ୍ନ ଗ୍ରାମର ଲୋକମାନେ ମିଳିତ ଭାବେ ଜିଲ୍ଲାପାଳଙ୍କୁ ଭେଟି ରାସ୍ତା ପାଇଁ ଅନୁମତି ଦେବାକୁ ଗୁହାରୀ କରିବେ ବୋଲି ସୂଚନା ମିଳିଛି ।
ତାଜା ଖବର
- ଦେଓଭୁବନପୁର ପଞ୍ଚାୟତ କଉଡ଼ି ପଡା ପଡିଆ ଠାରେ “ଏକ ପେଡ ମା କେ ନାମ ପର “କାର୍ଯ୍ୟକ୍ରମ
- ଯାଜପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ‘ଆମ କଳାକାର (CTMS-2.0)’ ଯୋଜନାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ: ଦଶହରା ସୁଦ୍ଧା ଅଡିସନ୍ ସାରିବାକୁ ନିର୍ଦ୍ଦେଶ
- ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ସଭା।
- ସାଧାରଣ ଲୋକଙ୍କ ସେବା ରେ ବିଧାୟକ ତଥା ସେବକ ହିମାଂଶୁ ଶେଖର ସାହୁ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ରାଜି କାରାମ ପୂଜା-ପର୍ବରେ ପ୍ରକୃତି ପ୍ରତି ଆସ୍ଥାର ଝଲକ, ୪୦ଟି ଗାଁର ଲୋକଙ୍କ ସମାଗମ
- ପବିତ୍ର ସୁନିଆ ଅବସରରେ ମା ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ ମୃତ୍ତିକା ଅନୁକୂଳ
- ଶ୍ରୀ ଜଗନ୍ନାଥ ଚାରଣ ଗୋଷ୍ଟି ଓଡ଼ିଶା ପକ୍ଷରୁ ବୃକ୍ଷ ରୋପଣ।
- ବିଞ୍ଝାରପୁର ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
- ଯାଜପୁରର ଶିବାଙ୍ଗୀଙ୍କୁ ମିଳିଲା ତ୍ୱରିତ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହାୟତା ଏମ୍ସ ଭୁବନେଶ୍ୱରରେ ହେଲା ହାତର ଅସ୍ତ୍ରୋପଚାର



