ଯାଜପୁର, ୨୭/୦୩/୨୦୨୧ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାର ବିଜେପି ନେତା ତଥା ସୂଚନା ଅଧିକାର କର୍ମୀ ସବେଶ୍ୱର ବେହୁରାଙ୍କ ଉପରକୁ ବୋମାମାଡ ହୋଇଛି । ଏଥିରେ ସେ ଗୁୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ସୂଚନା ଥାଉକି ସବେଶ୍ୱର ଆଜି ନିଜ କାର୍ଯ୍ୟରେ ଯାଇ ଫେରୁଥିବା ବେଳେ ଇନାମନଗର ନିକଟରେ ଏକ ବାଇକରେ କେତକ ଦୁର୍ବତ ତାଙ୍କ ଗାଡି ଉପରକୁ ବୋମା ମାଡ କରିଥିଲେ । ଫଳରେ ଗାଡିର ସମ୍ମୁଖ ଭାଗ ଭାଙ୍ଗିଯିବା ସହିତ ତାଙ୍କ ହାତରେ ଗଭୀର ଆଘାତ ଲାଗିଛି । ତୁରନ୍ତ ତାଙ୍କୁ ଧର୍ମଶାଳା ମେଡିକାଲକୁ ନିଆଯାଇଥିବା ବେଳେ ସେଠାରୁ ତାଙ୍କୁ କଟକ ନିଆଯାଇଥିବା ସୂଚନା ମିଳିଛି । ପୋଲିସ ଘଟଣା ସ୍ଥଳରେ ପଂହଚି ତଦନ୍ତ ଚଳାଇଛି ।
ତାଙ୍କ ସହିତ ଯାଇଥିବା ଦୁଇ ଜଣ ସହଯାତ୍ରୀ ବଳରାମ ଦାସ, ଏବଂ ସୁଶାନ୍ତ କୁମାର ବେହେରା ମଧ୍ୟ ଆହତ ହୋଇଥିବା ଜଣାପଡିଛି