ପାଚେରୀ ନିର୍ମାଣକୁ ବିରୋଧ: ଧାରଣାରେ ବସିଲେ ଗ୍ରାମବାସୀ

Spread the love
  •  
  •  
  •  
  •  
  •  

ଭଦ୍ରକ, ୦୭.୦୧.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):- ଭଦ୍ରକ ସାମରାଇପୁରସ୍ଥିତ ନୂତନ ମେଡିକାଲର ପାଚେରୀ ନିର୍ମାଣକୁ ବିରୋଧ କରି ଗଣଧାରଣାରେ ବସିଲେ ଗ୍ରାମବାସୀ ଏବଂ ତାଙ୍କ ପରିବାର । ନ୍ୟାୟ ପାଇଁ ଧାରଣାରେ ବସିଲେ ଭଦ୍ରକ ସାଂସଦଙ୍କ ମାଆ ଓ ଭାଇ । ଭଦ୍ରକ ସାମରାଇପୁରସ୍ଥିତb ନୂତନ ମେଡିକାଲ ନିର୍ମାଣ ସ୍ଥାନରେ ଧାରଣାରେ ବସିଲେ ଗ୍ରାମବାସୀ ସମରାଇପୁରରେ ଭଦ୍ରକର ନୂତନ ମେଡିକାଲ ନିର୍ମାଣ ଚାଲୁଛି । ଏହି ମେଡିକାଲକୁ ଘେରାଉ କରିବା ପାଇଁ ଏକ ବିରାଟ ପାଚେରୀର ନିର୍ମାଣ ଚାଲିଛି। ଏହି ପାଚେରୀ ନିର୍ମାଣ ହେବା ଦ୍ବାରା ଗେଲପୁର ପଞ୍ଚାୟତର ୪ରୁ ଉର୍ଦ୍ଧ୍ଵ ଗାଁର ଗ୍ରାମବାସୀମାନେ ହଇରାଣର ସମ୍ମୁଖୀନ ହେବେ । ସେମାନଙ୍କ ଘରବାରି ଓ ଚାଷ ଜମିକୁ ଯାତାୟାତ ପାଇଁ ରାସ୍ତା ଅବରୋଧ ହେବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ସମସ୍ୟା ନେଇ ଜିଲ୍ଲା ପ୍ରଶାସନକୁ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ତାହାର କୌଣସି ସମାଧାନର ବାଟ ବାହାରି ପାରି ନାହିଁ । ଶେଷରେ ଆଜି ଗ୍ରାମବାସୀଙ୍କ ପକ୍ଷରୁ ନିଜ ନିଜର କୁନି କୁନି ପିଲାଙ୍କୁ ଧରି ଗଣଧାରଣାରେ ବସିଛନ୍ତି। ଏମିତି କି ଭଦ୍ରକ ସାଂସଦଙ୍କ ମାଆ ଓ ଭାଇ ନିଜେ ମଧ୍ୟ ଏହି ଗଣଧାରଣାରେ ସାମିଲ ହୋଟ ନ୍ୟାୟ ଚାହିଁଛନ୍ତି । ଏମିତି କି ହାତରେ କିରୋସିନ ଧରି ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଯଦି ଏହାର କୌଣସି ସମାଧାନ ନହୁଏ ତେବେ ଆଗାମୀ ଦିନରେ ବିଧାୟକଙ୍କ ଘର ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଧମକ ଦେଇଛନ୍ତି ଗ୍ରାମବାସୀ ।

Related Posts

About The Author

Add Comment