ପଲ୍ଲୀପୁଷ୍ପ ପାଠାଗାର ଆନୁକୁଲ୍ୟରେ ରଥଯାତ୍ରା ଅନୁଷ୍ଟିତ(

Spread the love
  •  
  •  
  •  
  •  
  •  

ଯାଜପୁର ସଦର, ୦୮ା୦୭ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବନ୍ଧଡିହ ପଂଚାୟତ ଭଗବତୀପୁର ଠାରେ ଯୁବକ ମାନଙ୍କୁ ନେଇ ପ୍ରଭୂ ଜଗନ୍ନାଥଙ୍କର ରଥଯାତ୍ରା ଅନୁଷ୍ଟିତ ହୋଇଥିଲା । ଏହି ଅବସରରେ ମନ୍ଦିରର ପୂଜକ ଅନନ୍ତ କିଶୋର ଦାଶ ଜଗନ୍ନାଥ, ବଳଭଦ୍ର, ଶୁଭଦ୍ରାଙ୍କୁ ରଥରେ ବିଜେ କରାଇ ଜଗନ୍ନାଥ, ବଳଭଦ୍ର, ଶୁଭଦ୍ରାଙ୍କୁ ବଡ଼ି ସିଂହାର ବିଶ କରାଯାଇ ରଥ ଉପରେ ବିଜେ କରାଯାଇଥିଲା । ଏହି ଅବସରରେ ପଲ୍ଲୀପୁଷ୍ପ ପାଠାଗାର ଯୁବବନ୍ଧୁ ମାନଙ୍କ ତତ୍ୱାବଧାନରେ ପହଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଟିତ କରାଯଅଇଥିଲା । ଗଜପତୀ ରାଜା ଭୂମିକାରେ ଜନ୍ମେଞ୍ଜୟ ପଣ୍ଡା ଛେରାପହଁରା କରିବା ସହିତ ଚନ୍ଦନ ପକାଯାଇ ରାଜା ଛେରା ପହଁରା କରିଥିଲେ । ରଥକୁ ବିରାଟ ଶୋଭାଯାତ୍ରାରେ ମନ୍ଦିର ପରିଶରରୁ ବାହାର କରାଯାଇ ବଡ଼ଦାଣ୍ଡ ସାଜିଥିବା ବନ୍ଧଡିହ ଛକଠାରୁ ରଥ ଦୃତ ଗତିରେ ଯୁବକ ଯୁବତୀ ମାନେ ରଥ ଟାଣିଥିଲେ । ଶହ ଶହ ଭକ୍ତମାନେ ଦର୍ଶନ କରିବା ସହିତ ମହାପ୍ରଭୂଙ୍କ ଆଶ୍ରୀର୍ବାଦ ନେଇଥିଲେ । ରଥ ବନ୍ଧଡିହ ଗ୍ରାମ ପରିକ୍ରମା କରି ମାଉସୀ ମା ମନ୍ଦିରକୁ ଯିବାଲାଗି ମହାପ୍ରଭୂ ମାଉସୀ ମା ଘରକୁ ଯାଇଥିଲେ । ୯ଦିନ ମହାପ୍ରଭୂ ଯାତ୍ରା ସାରି ଭକ୍ତ ମାନଙ୍କୁ ବିଶ୍ୱର କଲ୍ୟାଣ ପାଇଁ ମାଉସୀ ମା ଘରକୁ ପୋଡ଼ପିଠା ଖାଇ ମନ୍ଦିରକୁ ବାହୁଡ଼ାଯାତ୍ରା କରିବା ପାଇଁ ଯୁବକ ସଂଘ ପକ୍ଷରୁ ଆୟୋଜନ କରାଯିବାଲାଗି ପ୍ରସ୍ତିତି କାର୍ଯ୍ୟ ହେବବୋଲି ଯୁବକ ସଂଘ ପକ୍ଷରୁ ସୂଚନା ଦିଆଯାଇଚି ।

Related Posts

About The Author

Add Comment