ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ପାୱାର ପ୍ଲାଣ୍ଟ

Spread the love

କେନ୍ଦୁଝର  , ୭/୧୦ ( ସନ୍ଧାନ ନ୍ୟୁଜ୍):- କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକର ଦରଗଡ଼ିଶୀଳା ଏବଂ ସଂନାଳୀର ମଧ୍ୟ ସ୍ଥଳରେ କାର୍ଯ୍ୟକ୍ଷମ ହେବାକୁ ଥିବା ବୈତରଣୀ ପାୱାର ପ୍ରୋଜେକ୍ଟ ପାଇଁ ଅଞ୍ଚଳର ଗରିମା ବୃଦ୍ଧି ଗରିମା ବୃଦ୍ଧି ପାଇବାକୁ ଯାଉଛି। ଶୀତ ଦିନେ ଏହା ଆକର୍ଷଣୀୟ ପର୍ଯ୍ୟଟନସ୍ଥଳ ଭାବେ ପରିଗଣିତ ହେବା ସହିତ ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ଜମିବାର ଅବକାଶ : ରହିଛି। ଆଦିବାସୀ ଅଧୁଷିତ ଅଞ୍ଚଳରେ ଆଗନ୍ତୁକଙ୍କ ଭିଡ଼ ସ୍ଥାନୀୟ ଲୋକଙ୍କ ଆୟର ପନ୍ଥା ବୃଦ୍ଧି ପାଇବାର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଛି। ଚିରସ୍ରୋତା ବୈତରଣୀ ନଦୀ ତଟରେ ନିର୍ମାଣ ହୋଇଥିବା ୨୪ ମେଗାୱାଟ୍ ବିଦ୍ୟୁତ୍‌ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ହାଇଦ୍ରାବାଦ ସ୍ଥିତ ଆରପିପି ଗୁପର ମୁଖ୍ୟ ୱାଇଭି ସୁବାରାଙ୍କ ଉଦ୍ୟମରେ ରାଜ୍ୟ ସରକାରଙ୍କ ସହିତ ୨୦୦୬ରେ ଏକ ଦ୍ୱିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା । ପରେ ବୈତରଣୀ ନଦୀ ତଟର ସିଂନାଳୀଠାରେ ପାୱାର ପ୍ରୋଜେକ୍ଟ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାଥମିକସ୍ତରରେ ଏହାର ଅଟକଳ ମୂଲ୍ୟ ୨୪୩ କୋଟି ଟଙ୍କା ରହିଥିବା ବେଳେ ଶେଷ ପର୍ଯ୍ୟାୟରେ ଏହା ୪୧୯.୪୩ କୋଟିରେ ପହଞ୍ଚିଛି। ଆନନ୍ଦପୁର ସଦରମହକୁମାଠାରୁ ଏହି ସ୍ଥାନ ମାତ୍ର ୩୨ କି.ମି. ଦୂର ହୋଇଥିବା ବେଳେ ୨୦ ନଂ ଜାତୀୟ ରାଜପଥ କୋଳିମାଟିରେ କୁମୁଡ଼ ଛକରୁ ୧୫ କି.ମି. ଜଙ୍ଗଲ ରାସ୍ତା ଅତିକ୍ରମ କରିବା ପରେ ଏହି ପ୍ରକଳ୍ପର ମନୋରମ ଦୃଶ୍ୟ ଦେଖିବାକୁ ମିଳିବ। ପ୍ରକଳ୍ପର ନିର୍ମାଣ ସମୟରେ ସ୍ଥାନୀୟ ଦରଗଡ଼ିଶୀଳା, କାଦବାହାଳୀ, ସିଂହନାଳୀ ଗ୍ରାମରେ ବିଭିନ୍ନ ବର୍ଗର ଅବାସୀମାନଙ୍କୁ ଏକତ୍ରିତ କରାଯିବା ସହିତ ସେମାନଙ୍କ ସହିତ ସମୟ ରକ୍ଷା କରାଯାଇ ନିର୍ମାଣ କାର୍ଯ୍ୟ ଆଗକୁ ବଢ଼ିଥିଲା। ସରକାରଙ୍କ ବିଭିନ୍ନ ବିଭାଗ ସହିତ ସୁସମ୍ପର୍କ ରକ୍ଷା କରାଯିବା ସହିତ ଶାନ୍ତି ଶୃଙ୍ଖଳା ପରିସ୍ଥିତି ପାଇଁ ପୋଲିସ  ବିଟ୍ ହାଉସ୍ , ବିଭିନ୍ନ ଯନ୍ତ୍ରପାତି ପାଇଁ ଆବଶ୍ୟକ ଘର, ଟେଲିଫୋନ୍‌ ଟାୱାର ନିର୍ମାଣ, ଯାନବାହନର ଇନ୍ଧନ ପାଇଁ ପେଟ୍ରୋଲ ପମ୍ପ ଆଦି ସଫଳତାର ସହିତ ବ୍ୟବସ୍ଥା କରାଯାଇଥିଲା। କର୍ମଚାରୀଙ୍କ ରହିବା ପାଇଁ ବାସଗୃହ ନିର୍ମାଣ, ଆଗନ୍ତୁକଙ୍କ ପାଇଁ ଅତିଶାଳା, ଖାଦ୍ୟର ବ୍ୟବସ୍ଥା ପାଇଁ କ୍ୟାଣ୍ଟିନ ବ୍ୟବସ୍ଥା କରାଯାଇଥିଲା । ପ୍ରକଳ୍ପର ସୁପରିଚାଳନା ଦ୍ବାରା ୨୩୦ ମିଟର ଲମ୍ବର କକ୍ରେଟ ବ୍ୟାରେଜ, ଦୀର୍ଘ ୧ କି.ମି. ଲମ୍ବ, ୧୦ ଫୁଟ ବ୍ୟାସାର୍ବର ଭୂତଳ ସୁଡ଼ଙ୍ଗ, ଜଳ ନିଷ୍କାସନ ପାଇଁ ଟେଲରେସର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ପାୱାର ହାଉସରେ ୩ଟି ଚରବାଇନ୍ ସ୍ଥାପନା କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବାବେଳେ ଲୋକାର୍ପଣ ଉତ୍ସବ ପରେ ବିଦ୍ୟୁତ୍ ଉତ୍ପାଦନ କାର୍ଯ୍ୟ ତ୍ବରାନ୍ବିତ କରାଯାଇ ଆନନ୍ଦପୁରର ଶାଳପଡା ଗ୍ରୀଡ୍ ଷ୍ଟେଶନକୁ ଟାୱାର ମାଧ୍ୟମରେ ବିଦ୍ୟୁତ୍ ଯୋଗାଇଦେବାର ବ୍ୟବସ୍ଥା କରାଯିବ। ଏହି ବିଦ୍ୟୁତ୍ ଆନନ୍ଦପୁର ଉପଖଣ୍ଡର ସମସ୍ତ ବିଦ୍ୟୁତ୍ ଉପଭୋକ୍ତାଙ୍କ ସହିତ ଘଟଗାଁ ଅଞ୍ଚଳର କେତେକ ସ୍ଥାନକୁ ମଧ୍ୟ ବିଦ୍ୟୁତ୍‌ ଯୋଗାଣ କରାଯିବ। ଏହି ପ୍ରକଳ୍ପର ଲୋକାର୍ପଣ ପର୍ବ ପରେ ଜିଲ୍ଲାର ଏହା ଏକ ଗୁରୁତ୍ବପୁଣ୍ଠ ପର୍ଯ୍ୟଟନସ୍ଥଳ ଭାବେ ବିବେଚନା ହେବା । ସହିତ ଜିଲ୍ଲାର ଗୌରବ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଜଣାପଡ଼ିଛି। ଏହା ସହିତ ବଣପାହାଡ଼ ଘେରା, ବୈତରଣୀ ନଦୀ ତଟ ପର୍ଯ୍ୟଟକମାନଙ୍କୁ ବେଶ ଆକୃଷ୍ଟ କରିବ। ସାଧାରଣତଃ ଶୀତ ଦିନେ ପ୍ରାକୃତିକ ପରିବେଶ ଭରା ସଂନାଳୀ ଅଞ୍ଚଳରେ ଭୋଜି ଭାତର ଆସର ଜମିଥାଏ। ତେବେ ପ୍ରକଳ୍ପର ସୁନ୍ଦରତା ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବ ବୋଲି ସ୍ଥାନୀୟବାସୀ କହିଛନ୍ତି।

Related Posts

About The Author

Add Comment