ପରୀକ୍ଷା ବାତିଲ ହେବାରୁ ଟ୍ରେନ ଜାଳିଦେଲେ ଆନ୍ଦୋଳନରତ ପରୀକ୍ଷାର୍ଥୀ

Spread the love
ପାଟଣା, ୨୬/୦୧/୨୦୧୨ (ସନ୍ଧାନ ନିଉଜ) ବିହାରରେ ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ ଏନଟିପିସି ଓ ଗ୍ରୁପ୍ ଡି ସିବିଟି ୧ ପରୀକ୍ଷାରେ ଘୋଟାଲା ଅଭିଯୋଗ କରି ପରୀକ୍ଷାର୍ଥୀଙ୍କ ବିରୋଧ ଜାରି ରହିଛି । ତୃତୀୟ ଦିନରରେ ବିରୋଧ ପୁଣି ଉଗ୍ର ରୂପ ନେଇଛି । ଆନ୍ଦୋଳନରତ କିଛି ପରୀକ୍ଷାର୍ଥୀ ଟ୍ରେନରେ ନିଆଣ ମଧ୍ୟ ଲଗାଇଦେଇଛନ୍ତି ।

ଏହାପୂର୍ବରୁ ଗତକାଲି ପାଟଣା, ସୀତାମଢି, ମୁଜଫରପୁର, ଆରା, ବକ୍ସରରେ ମଧ୍ୟ ଉତ୍ତେଜନା ଦେଖା ଦେଇଥିଲା । ଆନ୍ଦୋଳନରତ ପରୀକ୍ଷାର୍ଥୀ ସୀତାମଢିରେ ଭଙ୍ଗାରୁଜା କରିବା ସହ ପଥର ଫିଙ୍ଗିଥିଲେ । ଭିଡ ହଟାଇବା ଲାଗି ଆକାଶକୁ ଫାଙ୍ଗା ଗୁଳିଚାଳନା କରିଥିଲା ପୋଲିସ ।

ସେହିପରି ପ୍ରବଳ ବିରୋଧକୁ ଦେଖି ବୁଧବାର ସକାଳେ ରେଲୱେ ପକ୍ଷରୁ ଏନଟିପିସି ଓ ଗ୍ରପ୍ ଡି ପରୀକ୍ଷା ସ୍ଥଗିତ ନେଇ ଘୋଷଣା କରିଥିଲେ । ରେଲୱେର ଏଭଳି ନିଷ୍ପତ୍ତି ପରେ ପରୀକ୍ଷାର୍ଥୀଙ୍କ ରାଗ ଆହୁରି ବଢି ଯାଇଥିଲା । ଗୟାରେ ପରୀକ୍ଷାର୍ଥୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ରେଲୱେ ଷ୍ଟେସନରେ ପରୀକ୍ଷାର୍ଥୀ ଚଳନ୍ତା ଟ୍ରେନକୁ ଢେଙ୍କା ଫିଙ୍ଗିବା ସହ ଆଉ କିଛି ଛାତ୍ର ଟ୍ରେନରେ ନିଆଣ ଲଗାଇ ଦେଇଥିଲେ । ଟ୍ରେନରେ ନିଆଣ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ୟମ ଜାରି ରଖିଛି । ଶ୍ରମଜୀବୀ ଏକ୍ସପ୍ରେସ ବ୍ୟାପକ ଭାବେ କ୍ଷତି ହୋଇଥିବା ଜଣାପଡିଛି ।

Related Posts

About The Author

Add Comment