ବାରିପଦା ୦୫/୦୭ (ସନ୍ଧାନ ନିଉଜ) କୋରନା ପାଇଁ କାମଧନ୍ଦା ସବୁ ବନ୍ଦ କରିଥିବା ବେଳେ ପରିବା ଦରବୃଦ୍ଧି , ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଉଛି । ଏପରି କିଛି ଗ୍ରହକ ପରିବାର କିଣିବା ବଦଳର ଅଣ୍ଡା ,ମାଛ, ମଟର, ସୋୟାବିନ୍ ଖାଇବାକୁ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ।ମୟୂରଭଞ୍ଜ ରେ କୋରାନ ଆକ୍ରାନ୍ତ ଦିନ କୁ ଦିନ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଓ ରବିବାର ଦୁଇ ଦିନ ସାରା ଜିଲ୍ଲାକୁ ସଟଡାଉନ୍ ରୂପେ ଘୋଷଣା କରିଛନ୍ତି ।ସେପଟେ ଏହାର ଫାଇଦା ନେଇ କିଛି ଅସାଧୁ ବ୍ୟବସାୟୀମାନେ ମନଇଛା ପରିବା ଦର ବୃଦ୍ଧି କରୁଥିବା ଅଭିଯୋଗ ମଧ୍ୟ ହୋଇଛି । ଫଳରେ ସପ୍ତାହେ ପୂର୍ବରୁ ବଜାରରେ ପରିବା ଦର ଯାହା ଥିଲା ଏବେ ତାହାଠାରୁ ବହୁଗଣା ଅଧିକ ହୋଇଛି । ତେଣୁ ସାଧାରଣ ଗରିବ ପରିବାରର ଲୋକଙ୍କ ପଷେ ପରିବା କିଣିବା କଷ୍ଟକର ହୋଇପଡିଛି ।
ଏକ ସପ୍ତାହ ତଳେ ବାଇଗଣ କିଗ୍ରା ପ୍ରତି ୩୦ ଟଙ୍କା ଥିବା ବେଳେ ଏବେ ୬୦ ରୁ ୭୦ ଟଙ୍କାରେ ପହଞ୍ଚିଛି । ସେହିପରି ବିଲାତି କିଗ୍ରା ୪୦ ଟଙ୍କା ଥିବା ବେଳେ ଏବେ ୬୦ ଟଙ୍କା , ଭେଣ୍ଡି କିଗ୍ରା ୩୦ ଟଙ୍କା ଥିବା ବେଳେ ଏବେ ୬୦ ରେ ପହଞ୍ଚିଛି । ଏହିପରି ଅହେତୁକ ଦରବୃଦ୍ଧି ଯୋଗୁଁ ଗରିବ ପରିବାରର ହାଣ୍ଡିଶାଳରେ ଚଡ଼କ ପଡିଛି । ଏ ନେଇ ଜଣେ ପରିବା ବେପାରୀ କହିଛନ୍ତି ବଡ଼ ବଡ଼ ହୋଲସେଲରଙ୍କ ଠାରୁ ଆମେ ପରିବାର ଯେଉଁ ଦରରେ କିଣୁଛୁ ସେମିତି ବିକ୍ରି କରୁଛୁ । ପେଟ୍ରୋଲ , ଡିଜେଲ ଦର ବୃଦ୍ଧି ପାଉଥିବାରୁ ହୋଲସେଲର୍ ମାନେ ଉଚ୍ଚ ଦରରେ ବୀକ୍ରି କରୁଛନ୍ତି । ଫଳରେ ପୂର୍ବରୁ ପରିବା ବିକ୍ରି ରେ ଯେମିତି ଲାଭ ହେଉଥିଲା ଏବେ କିନ୍ତୁ ହେଉନାହିଁ । ତଥାପି ପରିବାର ଚଳାଇବା ପାଇଁ ଏହି ବେପାର କରିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ପରିବାଦର ନିୟନ୍ତ୍ରଣ କରିବାକୁ ଛୋଟ ଛୋଟ ବ୍ୟବସାୟୀ ଓ ଗ୍ରାହକ ମାନେ ଦାବି କରିଛନ୍ତି ।
ଲିଙ୍ଗରାଜ ପଣ୍ଡା, ବାରିପଦା
ପରିବା ଦର ନିୟନ୍ତ୍ରଣ ପାଇଁ ଦାବି
|
July 5, 2020 |
