ପରିବହନ କାର୍ଯ୍ୟାଳୟରେ  ନୋଟିସ: ପାନ ଛେପ ପକାଇଲେ 5 ହଜାର ଫାଇନ

ରାଉରକେଲା, ୨/୦୩ (ସନ୍ଧାନ ନିୟୁଜ): ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ବିଚିତ୍ର ନୋଟିସ । ରାଉରକେଲା ପରିବହନ କାର୍ଯ୍ୟାଳୟ ପରିସରରେ ପାନ ଛେପ ପକାଇଲେ 5 ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ ତଥା ଜୋରିମାନା ନଦେଲେ ମୁହଁରେ ଚୂନ ଲଗାଇ ବୁଲାଯିବ ବୋଲି ହାତଲେଖା ନୋଟିସରେ ଲେଖାଯାଇଛି । ଦେଶରେ ସ୍ବଚ୍ଛ ଭାରତ ମିଶନକୁ ସଫଳ କରିବାକୁ ଅନେକ ଅର୍ଥ ଖର୍ଚ୍ଚ କରାଯାଉ ଥିବାବେଳେ ଖୋଦ ସରକାରୀ କାର୍ଯ୍ୟଳୟରେ ପାନ ଛେପ ପକାଇବା ଘଟଣା ଆଲୋଡନ ସୃଷ୍ଟି କରିଛି । ପରିବହନ କାର୍ଯ୍ୟାଳୟର ସିଡି ପାହାଚରେ ପାନ ଛେପ ପକାଇବାକୁ ରୋକିବାକୁ ଠାକୁରଙ୍କ ଫଟୋ ମଧ୍ୟ ଲଗାଯାଇଥିଲା । ମାତ୍ର ଏହା ପରେ ବି ଏହାକୁ ମାନି ନଥିଲେ ଲୋକେ ।ତେବେ ପରିବହନ କାର୍ଯ୍ୟାଳୟ ପରିସରରେ ଲୋକେ ପାନ ଛେପ ପକାଇଥିବା ଘଟଣାରେ ସତ୍ୟତା ଥିଲେ ମଧ୍ୟ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ।

Related Posts

About The Author

Add Comment