ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କ ଜୟନ୍ତୀ

Spread the love

ବାରିପଦା, ୧/୯/୨୦( (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା): ମୟୁରଭଞ୍ଜର ଅନ୍ୟତମ ବରପୁତ୍ର ଓଡ଼ିଶାର ବିଶିଷ୍ଟ ଐତିହାସିକ ତଥା ପ୍ରତତ୍ବବିତ୍ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କ ୧୨୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ପୂଜ୍ୟପୂଜାର ପରମ୍ପରାକୁ ବଞ୍ଚାଇ ରଖୁବା ପାଇଁ ଅହରହ ଉଦ୍ୟମ କରି ଆସୁଥିବା “ଆମେ ମୟୁରଭଞ୍ଜିଆ ସଂଗଠନର କର୍ମକର୍ତ୍ତାମାନେ ସ୍ଵର୍ଗତଃ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚି ବରପୁତ୍ରଙ୍କର ପ୍ରତିମୂର୍ତ୍ତିକୁ ଧୋଇ ପରିଷ୍କାର କରିଥିଲେ । ଏହା ପରେ ତାଙ୍କର ସୁତିଚାରଣ ସହିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଦେଉଳସାହୀ ଠାରେ ଥିବା ସ୍ବର୍ଗତଃ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିରେ ମୁଁ ମାଲ୍ୟାର୍ପଣ କରାଯାଇ ଭକ୍ତିପୂତ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏହି ମାଲ୍ୟାର୍ପଣ ଓ ଶ୍ରଦ୍ଧାସୁମନ ଅର୍ପଣ କାର୍ଯ୍ୟକ୍ରମରେ ସଂଗଠନର ଆବାହକ ସ୍ଵଞ୍ଜୟ କୁମାର ଚୌଧୁରୀ, ଡଃ ଶ୍ୟାମ ସୁନ୍ଦର ଦାସ, ସଂଦୀପ କୁମାର ଆଚାର୍ଯ୍ୟୟ, ୟାଶ ଆଚାର୍ଯ୍ୟ, ଚନ୍ଦନ ସେଠପଡା, ମାନସ କରଣ ପ୍ରମୁଖ ଉପସ୍ଥିତ ଥିଲେ ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ସାରା  ଭାରତ ବର୍ଷରେ ପରମାନନ୍ଦ ଆଚାର୍ଯ୍ୟ ଜଣେ ପ୍ରଖ୍ୟାତ ପ୍ରତତ୍ବବିତ୍ ଭାବେ ପରିଚିତି ହାସଲ କରିଥିବା ବଳେ ସେ ଏକାଧାରରେ ଜଣେ ସୁସାହିତ୍ୟିକ ଏବଂ ସମାଲୋଚକ ଭାବେ ତାଙ୍କର ପରିଚୟ ସୃଷ୍ଟି କରିପାରିଥିଲେ । ପ୍ରତ୍ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଏବଂ ଉଚ୍ଚଭୋର ଗବେଷଣା କାର୍ଯ୍ୟ ପାଇଁ ତାଙ୍କୁ ଭାରତ ସରକାର ୧୯୬୪ ମସିହାରେ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଥିଲେ । ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ବୈଦ୍ୟପୁର ବ୍ରାହ୍ମଣ ଶାସନରେ ପରମାନନ୍ଦ ଆଚାର୍ଯ୍ୟଙ୍କ ଜନ୍ମ ଗ୍ରହଣ କରିଥିଲେ । ମୟୂରଭଞ୍ଜ ରାଜ ଦରବାରର ପୃଷ୍ଠ ପୋଷକତା ପାଇଁ ସେ ଉଚ୍ଚତର ଶିକ୍ଷା ଲାଭ କରିବା ସହ ଦେଶ ବିଦେଶ ପରିଭ୍ରମଣ ପ୍ରତିତ୍ବ ଉପରେ ଜ୍ଞାନ ଆହରଣ କରି ସ୍ବଦେଶ ଫେରିବା ପରେ ସେହି ଜ୍ଞାନକୁ ପ୍ରୟୋଗ କରିଥିଲେ । ମୟୁରଭଞ୍ଜର ଆରାଧା ଦେବୀ ମା’ କିଚକେଶ୍ବରୀଙ୍କ ଖୁ ମନ୍ଦିରର ପୁନଃନିର୍ମାଣ ଠାରୁ ଆରମ୍ଭ କରି ଧୂସଂବଶେଷ ଭିତରୁ ହରିପୁର ଗଡର ପୁନରୁଦ୍ଧାର କାର୍ଯ୍ୟ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କର ଅନନ୍ୟ କୃତୀ। ଏଥି ସହିତ ଓଡ଼ିଶାର ପ୍ରତାଟ୍ରିକ ଇତି ହାସକୁ ଉନ୍ମୋଚିତ କରିବାରେ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି । ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ଵରେ ଥିବା ଓଡ଼ିଶା ମ୍ୟୁଜିୟମର ପ୍ରତିଷ୍ଠାତା ହୋଇଥିବା ବଳେ ବାରିପଦା ସାହିତ୍ୟ ସଂସଦର ମଧ୍ୟ ସେ ଥିଲେ ପ୍ରାଣ ପ୍ରତିଷ୍ଠାତା ।

Related Posts

About The Author

Add Comment