ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ପରଲୋକ

Spread the love
  •  
  •  
  •  
  •  
  •  

ବାରିପଦା, ୧୪.୦୧.୨୦୨୧ (ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):- ବିଶିଷ୍ଟ ସମାଜସେବୀ, ସ୍ୱେଚ୍ଛାକୃତ ରକ୍ତଦାନ ଅଭିଯାନର ପ୍ରବକ୍ତା ପଦ୍ମଶ୍ରୀ ଡି (ଦେବରାପଲ୍ଲୀ) ପ୍ରକାଶ ରାଓଙ୍କର ବୁଧବାର‌ ଅପରାହ୍ନରେ ପରଲୋକ ଘଟିଛି । ତାଙ୍କୁ ୬୩ ବର୍ଷ ହୋଇଥିଲା ।‌ କଟକର ଏସ୍‌ସିବି କୋଭିତ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଶ୍ରୀ ରାଓଙ୍କର ଦ୍ବିତୀୟଥର‌ ବ୍ରେନ୍ ଟ୍ରୋକ୍ ହେବା ପରେ ସେ ଗୁରୁତର ହୋଇ ପଡ଼ିଥିଲେ । ତାଙ୍କର ମଧୁମେହ, ଉଚ୍ଚ ରକ୍ତଚାପ ଭଳି ସମସ୍ୟା ମଧ୍ୟ ଥିବା ମେଡିକାଲ କର୍ଣ୍ଣପକ୍ଷ ସୂଚନା ଦେଇଛନ୍ତି । ତାଙ୍କ‌ ବିୟୋଗରେ ପ୍ରଧାନମନ୍ତ୍ରୀ, ରଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି ।‌

Related Posts

About The Author

Add Comment