ପଥର ଗଦା ତଳେ ଦୁଇ ଜେସିବି ଅପରେଟର ଜୀବିତ ଥିବା ନେଇ ସନ୍ଦେହ,ଉଦ୍ଧାର କାର୍ଯ୍ୟ ଜାରି

Spread the love

ଭୁବନେଶ୍ୱର,୧୦/୬ (ସନ୍ଧାନ ନିୟୁଜ୍)- ଦୁର୍ଘଟଣାର ୧୦ ଦିନ ପରେ ବି ଉଦ୍ଧାର ହୋଇପାରୁନାହାନ୍ତି କୋରାପୁଟ ରାଣିଗଡ ଗୁମ୍ମା ପାହାଡରେ ପୋତି ହୋଇରହିଥିବା ୨ ଜେସିବି ଅପରେଟର  । ପଥର ବ୍ଲାଷ୍ଟିଂ ସହ ସେନାର ଅପରେସନ ଜାରି ରହିଛି । ବ୍ଲାଷ୍ଟିଂ କରାଯାଇ ପଥର ହଟାଗଲା ପରେ ଏକ ଜେସିବି ର ପତା ମଳିଛି ହେଲେ ଘନଶ୍ୟାମ ଓ ସଞ୍ଜୟ କିଭଳି ଅବସ୍ଥାରେ ଅଛନ୍ତି ତାହା ଜଣାପଡୁନାହିଁ । ତେବେ ସେମାନେ ଜୀବିତ ଥିବା ନେଇ ସନ୍ଦେହ ପ୍ରକାଶ ପାଇଛି କାରଣ ସେଠାରୁ ପଚା ଗନ୍ଧ ଆସୁଥିବା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି । ଉଦ୍ଧାର କରିବା ପାଇଁ ଏନଡିଆରଏଫ୍ ସମେତ ସମସ୍ତ ବିଭାଗ ହାତ ଟେକିଦେଇଥିବାବେଳେ ସେନାର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପଥର ତଳେ ଏବେ ବି କେଉଁଠି ଚାପି ହୋଇ ରହିଛନ୍ତି ଦେବଗଡର ଘନଶ୍ୟାମ ଗୁରୁ ଓ ଆଠଗଡର ସଞ୍ଜୟ ଦାସ୍  ।

ପ୍ରଶାସନ ପକ୍ଷରୁ ବୋରିପୁଟରେ ୧୪୪ଧାରା ଜାରି କରାଯାଇଛି । ଏହାସହ ଗୁମ୍ମା ପାହାଡରୁ ପଥର ଖସୁଥିବାରୁ ଏହାକୁ ନିଷିଦ୍ଧାଂଚଳ ଭାବେ ଘୋଷଣା କରାଯାଇଛ । ଡାକବାଜି ଯନ୍ତ୍ରରେ ଘଟଣାସ୍ଥଳରୁ ଏକ କିଲୋମିଟର ଦୂରରେ ରହିଥିବା ଜନବସତିରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ କୁହାଯାଇଥିଲା । ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

Related Posts

About The Author

Add Comment