ଚଣ୍ଡିଖୋଲ ବାରଆସୋସିଏସନ ପକ୍ଷରୁ ଧାରଣା

Spread the love
  • 22
  •  
  •  
  •  
  •  
    22
    Shares

ଚଣ୍ଡିଖୋଲ,୩୦.୮(ସନ୍ଧାନ ନିୟୁଜ/ଆର୍ତତ୍ରାଣ ସାହୁ): କଟକର ଜଣେ ଆଇନଜୀବୀଙ୍କ ଉପରେ ପୁଲିସର ଆକ୍ରମଣ ପ୍ରତିବାଦରେ ଚଣ୍ଡିଖୋଲ ପ୍ରାଥମିକ ବି·ର ବିଭାଗୀୟ ଅଦାଲତରେ ଗୁରୁବାର ଆଇନଜୀବୀ ମାନେ କାର୍ଯ୍ୟବନ୍ଦ ଆନେ୍ଦାଳନ କରିଛନ୍ତି । ଆଇନଜୀବୀକୁ ଆକ୍ରମଣ କରିଥିବା ପୁଲିସ କର୍ମ·ରୀଙ୍କୁ ଚାକିରୀରୁ ନିଲମ୍ବିତ ଓ ଗିରଫ କରିବା ପ୍ରତିବାଦରେ ବାରଆସୋସିଏସନର ସଦସ୍ୟମାନେ କୋର୍ଟ ଫାଟକ ସମୁଖରେ ବସିରହି ପିକେଟିଂ କରିବା ସହିତ ଧାରଣାରେ ବସିଥିଲେ । ଏହି ସମୟରେ କୋର୍ଟ ବି·ରପତିକୁ ମଧ୍ୟ ଓକିଲ ମାନେ ଭିତରକୁ ଛାଡି ନଥିଲେ । ଫଳରେ କୋର୍ଟକାର୍ଯ୍ୟ ହୋଇପାରିନଥିଲା । ଏହି କାର୍ଯ୍ୟବନ୍ଦ ଆନେ୍ଦାଳନରେ ସଭାପତି ଶରତ ଷଢଙ୍ଗୀ,ସଂପାଦକ ଜନ ବେହେରା,ଆଇନଜୀବୀ ରେଣୁବାଳା ମହାନ୍ତି,ଉଦୟନାଥ ସାହୁ,ଦେବରାଜ ବେହେରା,କୈଳାସଚନ୍ଦ୍ର ସାମଲ,ନଳିନୀକାନ୍ତ ମିଶ୍ର,ଜନ୍ମଜୟ ଜେନା,ଷୁଢଳ କବି,ସୁରେଶ ସାହାଣୀ,ଶ୍ରୀକାନ୍ତ ବଳ,ଦିନବନ୍ଧୁ ନାୟକ ପ୍ରମୁଖ ଓକିଲ ମାନେ ଧାରଣାରେ ଉପସ୍ଥିତ ରହି ପୁଲିସ ବିରୋଧି ନାରାବାଜି ଦେଇଥିଲେ ।

  • 22
    Shares

Related Posts

About The Author

Add Comment