ପଞ୍ଚମ ପର୍ଯ୍ୟାୟରେ ରସୁଲପୁର ବ୍ଲକରେ ୮୩.୨୭ ପ୍ରତିଶତ ମତଦାନ

Spread the love

ଯାଜପୁର ସଦର, ୨୫ା୦୨: ତ୍ରସ୍ତରୀୟ ପଂଚାୟତ ନିର୍ବାଚନରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ୨୮ ଗୋଟି ପଂଚାୟତର ମତଦାତା ମାନେ ସେମାନଙ୍କର ମତଦାନ କରିଛନ୍ତି । କେତେକ ପଂଚାୟତରେ ଶାନ୍ତିଶୃଙ୍ଖଳା ସହିତ ମତଦାନ ହୋଇଥିବା ବେଳେ, ଆଉ କେତେକ ପଂଚାୟତରେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା । ଏହି ବ୍ଲକରେ ୮୩.୨୭ ପ୍ରତିଶତ ମତଦାନ ହୋଇଥିବା ଜଣାଯାଇଚି । ଏହି ବ୍ଲକ ତିନୋଟି ନିର୍ବାଚନ ମଣ୍ଡଳୀରେ ଯାଉଥିବା ବେଳେ, ଧର୍ମଶାଳା ବ୍ଲକରେ ୯ଟି, ବରୀରେ ୧୦ଟି, କୋରେଇରେ ୯ଟି ପଂଚାୟତର ରହିଚି । ଏହି ବ୍ଲକରେ ଭୋଟର ସଂଖ୍ୟା ୧,୩୯, ୨୫୬ ଜଣ ହୋଇଥିବା ବେଳେ, ୪୬୫ଟି ବୁଥରେ ୮୩.୨୭ ପ୍ରତିଶତ ମତଦାନ ହୋଇଚି । ସର୍ବାଧିକ ପହଙ୍ଗାରେ ୯୨୪, ମହେଶ୍ୱପୁରରେ ୬୨୨ ମତଦାନ ହୋଇଚି । ୪ଟି ଜୋନ ମଧ୍ୟରୁ ୩୩ନଂ ଜୋନରେ ୮୬.୦୫ ପ୍ରତିଶତ, ୩୪ ନଂ ଜୋନରେ ୮୫.୪୧ ପ୍ରତିଶତ, ୩୫ ନଂ ଜୋନରେ ୮୪.୧୬ ପ୍ରତିଶତ ଏବଂ ୩୬ ନଂ ଜୋନରେ ୭୬.୦୭ ପ୍ରତିଶତ ମତଦାନ କରାଯାଇଥିବା ରସୁଲପୁର ବିଡିଓ ଉମାକାନ୍ତ ପରିଡ଼ା ସୂଚନା ଦେଇଛନ୍ତି । ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ତାଙ୍କ ନିଜ ପଂଚାୟତ ସାମନ୍ତରାପୁର ଗଣେଶ୍ୱର ବିଦ୍ୟାଳୟ ୫ନଂ ବୁଥରେ ନିଜର ମତଦାନ କରିଛନ୍ତି । ସେହିପିର ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଓ ତାଙ୍କ ପରିବାର ସହିତ ରସୁଲପୁର ପଂଚାୟତ ଚଣ୍ଡିପୁର ବିଦ୍ୟାଳୟ ୧୬ ନଂ ବୁଥରେ ମତଦାନ କରିଛନ୍ତିା । ସେହିପରି କୋରେଇ ବିଧାୟକ ଅଶୋକ ବଳ ପାରିକଇଁଚି ବିଦ୍ୟାଳୟ ୧୨ ନଂ ବୁଥରେ ମତଦାନ କରିଛନ୍ତି । ଶାନ୍ତିଶୃଙ୍ଖଳା ରକ୍ଷା କରାଯିବା ପାଇଁ ଅତିରିକ୍ତ ଏସପି ଟୋପୋ ସିଲଭରି ଏସଙ୍କ ନେତୃତ୍ୱରେ ଯାଜପୁର ଏସଡିପିଓ ଚିନ୍ମୟ ନାୟକ କୁଆଖିଆ ଥାନା ଅଧିକାରୀ ମନୋଜ ସ୍ୱାଇଁ, ଧର୍ମଶାଳା ଥାନା ଅଧିକାରୀ ରାକେଶ ତ୍ରୀପାଠୀ, ସୁକିନ୍ଦା ଥାନା ଅଧିକାରୀ ଶିବ ଚରଣ ବେହେରା, ବାଲିଚନ୍ଦ୍ରପୁର ଥାନା ଅଧିକାରୀ ଉମାକାନ୍ତ ମୁଦୁଲି, ପାଣିକୋଇଲି ଥାନା ଅଧିକାରୀ ଚିନ୍ମୟୀ ବେହେରା ଏବଂ ଯାଜପୁରର ଉଚ୍ଚ ପଦସ୍ତ ଅଧିକାରୀ ମାନେ ଶାନ୍ତି ଶୃଙ୍ଖଳା ସହିତ ମତଦାନ କେନ୍ଦ୍ରରେ ଉପସ୍ଥିତ ଥିବା ବେଳେ, ଅନ୍ୟମାନଙ୍କ ମଧ୍ୟରେ ଅଶୋକ ବେଉରିଆ ନୋଡ଼ା ଅଫିସର ଥିବା ବେଳେ, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋର, ଯାଜପୁର ଏସପି ରାହୁଲ ପିଆର, ରସୁଲପୁର ତହସିଲଦାର ନିରଂଜନ ସାହୁ, ବିଡ଼ିଓ ଉମାକାନ୍ତ ପରିଡ଼ା ବିଭିନ୍ନ ବୁଥକୁ ପରିଦର୍ଶନ କରିବା ସହିତ ରସୁଲପୁର ବ୍ଲକର ଗୋଲାପି ବୁଥ ଦୁଇଟି ବନଦୂର୍ଗା ପ୍ରକଳ୍ପ ଉପ୍ରା ବିଦ୍ୟାଳୟରେ ୧୭, ୧୮ ଦୁଇଟି ବୁଥ କରାଯାଇ ୬ଜଣ ମହିଳା ପୋଲିଂ ଅଫିସର ମହିଳା ଏଜେଣ୍ଟ ନିୟୋଜିତ କରାଯାଇଥିଲା ।@ Sandhan News@Gopinatha

Related Posts

About The Author

Add Comment