ପଛୁଆବର୍ଗଙ୍କ ସ୍ୱାର୍ଥରକ୍ଷା ନିମନ୍ତେ ରାଜ୍ୟ ସରକାର ଯିବେ ସୁପ୍ରିମକୋଟ୍

Spread the love

ଭୁବନେଶ୍ୱର, ୧୪/୬ (ସନ୍ଧାନ ନିୟୁଜ)-  ଓଡ଼ିଶାରେ ପଛୁଆବର୍ଗଙ୍କ ନିମନ୍ତେ ବିଭିନ୍ନ ଉଦ୍ଧେଶ୍ୟରେ ରହିଥିବା ୨୭% ଆରକ୍ଷଣକୁ ରକ୍ଷା କରିବା ଦିଗରେ ରାଜ୍ୟସରକାର ସୁପ୍ରିମକୋଟ୍ ଙ୍କ ଦ୍ୱାରସ୍ଥ ହେଉଛନ୍ତି  । ସେଥିପାଇଁ ରାଜ୍ୟ ପଛୁଆବର୍ଗ ମଂଚ କାର୍ଯ୍ୟକାରୀ ସଭାପତି ଶ୍ରୀ ଧୂଳେଶ୍ୱର ମାଣିଆ ଏବଂ ସାଧାରଣ  ସମ୍ପାଦକ ଶ୍ରୀ ସରୋଜ କୁମାର ବେହେରା  ରାଜ୍ୟସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି  ।
ଓଡ଼ିଶା ସରକାର ଗତ ୧୯୯୪ ମସିହାଠାରୁ ପଛୁଆବର୍ଗଙ୍କ ନିମନ୍ତେ ୨୭ ପ୍ରତିଶତ ଆରକ୍ଷଣ ରଖିଆସିଛନ୍ତି  । ଏହା ସୁପି୍ରମକୋର୍ଟଙ୍କ ସର୍ତର ବିରୁଦ୍ଧାଚରଣ କରୁଅଛି  । କେଉଁ ପରିସ୍ଥିତିରେ ରାଜ୍ୟ ସରକାର ମୋଟ୍ ୫୦ ପ୍ରତିଶତରୁ ଅଧିକ ଆରକ୍ଷଣ ଦେଇପାରିବେ ତାହା ମଧ୍ୟ ସୁପି୍ରମକୋର୍ଟ ପୂର୍ବରୁ କହି ଆସୁଛନ୍ତି  । ରାଜ୍ୟ ସରକାର ଏ ଦିଗରେ ଭାରତ ସରକାରଙ୍କୁ ଉପଯୁକ୍ତ ତଥ୍ୟ ଦେଇନପାରିବାରୁ ରାଜ୍ୟ ଆରକ୍ଷଣ ଆଇନ୍ ୨୦୦୮ ସମ୍ବିଧାନର ନବମ ପରିଚ୍ଛେଦ ଅନ୍ତର୍ଗତ ସ୍ଥାନିତ ହୋଇପାରିଲା ନାହିଁ  । ରାଜ୍ୟ ସରକାର ସୁପି୍ରମକୋର୍ଟଙ୍କ ଆଦେଶ ମୁତାବକ ତଥ୍ୟ ପ୍ରଦାନ ଓ ଯୁକ୍ତି ଉପସ୍ଥାପନ  ନକରିଥିବା କାରଣରୁ ସମସ୍ତ କେସ୍ରେ ବିଫଳତା ପାଉଛନ୍ତି  । ତେଣୁ ରାଜ୍ୟ ସରକାରଙ୍କୁ ଅନୁରୋଧ ଜଚ୍ଚାଇଛନ୍ତିଯେ, ଏଥର ସୁପି୍ରମକୋର୍ଟଙ୍କ ପରାମର୍ଶ କାର୍ଯ୍ୟକାରୀ କରାଇବା ଦିଗରେ ନିର୍ଦ୍ଧିଷ୍ଟ ସମୟସୀମା ଆବେଦନ କରନ୍ତୁ  । ସେହି ସମୟସୀମା ପର୍ଯ୍ୟନ୍ତ ରାଜ୍ୟ ଓବିିସିମାନେ ବିଭିନ୍ନ ଉଦ୍ଧେଶ୍ୟରେ ୨୭ ପ୍ରତିଶତ ଆରକ୍ଷଣ ପାଇବା ଦିଗରେ କୋର୍ଟଙ୍କ ଆଦେଶ ନିଅନ୍ତୁ  ।

Related Posts

About The Author

Add Comment