ବରଗଡ, ୧୧/୯/୨୬ (ସନ୍ଧାନ ନ୍ୟୁଜ) ପାଇକମାଳ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ପକ୍ଷରୁ ଆସନ୍ତା ୨୦ ସେପ୍ଟେମ୍ବର ୨୦୨୬, ରବିବାର ନୃସିଂହନାଥଠାରେ ନୁଆଁଖାଇ ଭେଟଘାଟ ଆୟୋଜନ କରାଯିବ। ଏହାକୁ ନେଇ ସେପ୍ଟେମ୍ବର ୭ ତାରିଖରେ ନୃସିଂହନାଥସ୍ଥିତ ବୁଢ଼ାଦେଓ ମଣ୍ଡପଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ମହାସଭାର ସଭାପତି ଶ୍ରୀ ଗଜରାଜ ସିଂ ପୁଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ନୁଆଁଖାଇ ଭେଟଘାଟକୁ ସଫଳ କରିବା ସହିତ ଆୟୋଜନର ବିଭିନ୍ନ ପ୍ରସ୍ତୁତି ଓ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଝାରବନ୍ଧ, ପାଇକମାଳ ଓ ପଦ୍ମପୁର ଅଞ୍ଚଳର ଗୋଁଣ୍ଡ ସମାଜର ସର୍କଲ ସଭାପତି, ସମ୍ପାଦକ ଏବଂ ବରିଷ୍ଠ ସଦସ୍ୟମାନେ ଯୋଗଦେଇଥିଲେ। ବୈଠକରେ ଚୈତୁ ସିଂ ଦେଓ, ଭାଗବତିଆ ସିଂ ଦାଉ, ଅମୃତ ବାଗ, ରଞ୍ଜନ ମାଝୀ, ବସନ୍ତ ଧରୁଆ, ଜଗଦେବ ଧରୁଆ, ନରସିଂହ ଧରୁଆ, ଭୋଳାନାଥ ଜଗତ, ଜୟସିଂ ଦାଉ, ଚିତ୍ତରଞ୍ଜନ ପୋରେ, ସମାରୁ ଧରୁଆ, ବୀରେନ୍ଦ୍ର ସିଦାର, ଅଶ୍ୱିନୀ ଧରୁଆ, ଦିଲ୍ଲୀପ ଧରୁଆ, ଦେବାନନ୍ଦ ପୁଟା, ଲୋକନାଥ ଧରୁଆ, କୃଷ୍ଣଚନ୍ଦ୍ର ଧରୁଆ, ରାମେଶ୍ୱର ସିଦାର, ଲକ୍ଷ୍ମଣ ସିଦାର, ପ୍ରେମ ସିଦାର, ନବୀନ ଧରୁଆ ଓ ବିସିକେଶନ ଧରୁଆ ପ୍ରମୁଖ ଯୋଗଦାନ କରିଥିଲେ। ବୈଠକ ଅବସରରେ ରାଜ୍ୟ ସଭାପତି ତଥା ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ମାତାଙ୍କ ପରଲୋକ ଯୋଗୁଁ ଗୋଁଣ୍ଡ ସମାଜ ପକ୍ଷରୁ ଶୋକ ପ୍ରକାଶ କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ଦୁର୍ଯ୍ୟୋଧନ ପୁଟା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ତାଜା ଖବର
- ରେଙ୍ଗାଲି ଗ୍ରାମ ରେ ବିଦ୍ୟୁତ ଟ୍ରାସଫାର୍ମା ଚୋରି, ଅନ୍ଧାର ରେ ଗ୍ରାମବାସି, ତଲସରା ଥାନା ରେ ଅଭିଯୋଗ
- ସମବେଦନା: ମାନବିକତାର ଶ୍ରେଷ୍ଠ ପରିଚୟ
- Sympathy: The Strength of a Compassionate Society
- Breking News: ଯାଜପୁର: ବଡ଼ଚଣା R&B JE ତପନ ସେଠୀଙ୍କ ଘରେ ଏବଂ ଅଫିସରେ ଭିଜିଳାନ୍ସ ରେଡ
- ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଥା କଟାକଟିରେ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ
- ଛଅ ମାସ ହେଲା ମିଳୁନି ଭତ୍ତା, ଚିନ୍ତାରେ ବିମଳା ବରିହା
- ବାଲିଶଙ୍କରାରେ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ବିଜେଡିର ଶକ୍ତି ପ୍ରଦର୍ଶନ, ବିଜେଡି ଦଳରେ ମିଶିଲେ କଂଗ୍ରେସ ଓ ବିଜେପିର ୭୫ ଜଣ
- IGP Dr Satyajit Naik Appeals for Peaceful and Disciplined Durga Puja Celebrations
- ଶାନ୍ତି, ଶୃଙ୍ଖଳା ଓ ଭାଇଚାରାର ସହ ମା ଦୁର୍ଗାଙ୍କ ପୂଜା ପାଳନ କରନ୍ତୁ: କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାଏକ
- ରଜି ଦେବି ୱେଲଫେୟାର ଟ୍ରଷ୍ଟ ଦ୍ୱାରା ଢେଙ୍କାନାଳ ରେ ବିଶ୍ୱ ଧଳା ବାଡ଼ି ଦିବସ ପାଳିତ



