ନୂତନ ଦୋକାନ ଗୃହ ଓ କଲ୍ୟାଣ ମଣ୍ଡପ ର ଶିଳାନ୍ୟାସ*

Spread the love
ଆରଡ଼ି, ୧୬/୧୧/୨୦ (ସନ୍ଧାନ ନିଉଜ) : ରାଜ୍ୟ ପ୍ରସିଦ୍ଧ ଭଦ୍ରକ ଜିଲ୍ଲାର  ଶୈବ ପୀଠ ବାବା ଆଖଣ୍ଡଳ ମଣି ପୀଠ ରେ  ବିକାଶ କାର୍ଯ୍ୟ ପାଇଁ ସରକାର ଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାନ ପ୍ରସ୍ତୁତ କରାଯାଇଛି। ବିଶେଷ କରି ମନ୍ଦିର ବେଢ଼ା, ପୁଷ୍କରଣି, କଲ୍ୟାଣ ମଣ୍ଡପ, ଦୋକାନ ଗୃହ ଗୁଡ଼ିକ ଉଚ୍ଚ ମାନ ର ଉନ୍ନତି କରଣ ପାଇଁ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇଛି। କିଛି ଦିନ ତଳେ ପ୍ରାଥମିକ ପର୍ଯ୍ୟାୟ ରେ ପ୍ରାୟ ପାଖା ପାଖି ତିରିଶ ରୁ ଉର୍ଦ୍ଧ୍ବ ଦୋକାନ ଗୃହ ଗୁଡ଼ିକ ଉଚ୍ଛେଦ କରାଯାଇ ଥିଲା। ଗତ କାଲି ଆଖଣ୍ଡଳ ମଣି  ପୁଷ୍ପ ଉଦ୍ୟାନ ସମ୍ମୁଖରେ। ନୂତନ ଦୋକାନ    ଗୃହ ଓ କଲ୍ୟାଣ ମଣ୍ଡପ ର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା। ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଚାନ୍ଦବାଲି ବିଧାୟକ ବୋମକେଶ୍ ରାୟ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଙ୍କ ସହିତ ଅନାନ୍ୟ ବିଜେଡ଼ି ଯୁବନେତା ଉପସ୍ଥିତି ରହି ଶିଳାନ୍ୟାସ କରାଯାଇଛି। ଏହି କାର୍ଯ୍ୟ ଯଥା ସମ୍ଭବ ଶେଷ କରାଯାଇ ବିସ୍ଥାପିତ ଦୋକାନୀ ମାନ ଙ୍କୁ ଦିଆ ଯିବାପାଇଁ ଯୋଜନା ରହିଛି।

Related Posts

About The Author

Add Comment