ନୂତନ ଥାନାଧିକାରୀଙ୍କୁ ଭେଟିଲା ସେକ୍ଟର-୨୨ ୱେଲଫେୟାର ଟ୍ରଷ୍ଟ

Spread the love

ରାଉରକେଲା୦୮/୦୮/୨୦ (ସନ୍ଧାନ ନିଉଜ) :  ଫର୍ଟିଲାଇଜର ଅଂଚଳର ବହୁବିଧ ସମସ୍ୟା ନେଇ ସେକ୍ଟର-୨୨ ଏମ୍ପୋଲୟିଜ ୱେଲଫେୟାର ଟ୍ରଷ୍ଟର ଏକ  ପ୍ରତିନିଧି ମଣ୍ଡଳୀ ଟାଙ୍ଗରପାଲୀ ଥାନାର ନୂତନ ଥାନାଧିକାରୀ ରବିନ୍ଦ୍ର କୁମାର ପାତ୍ରଙ୍କୁ ସାକ୍ଷାତ କରିବା ସହ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଫର୍ଟିଲାଇଜର ଟାଉନସିପ ସମେତ ସାରନଗରୀର ଅନ୍ୟ ଅଂଚଳରେ ପୂର୍ବରୁ ବହୁ ଛୋଟ ବଡ଼ ଚୋରି, ରୋଡ଼ ରୋମିଓଙ୍କ ଉତ୍ପାତ, ସାରନଗରୀର ଗଳିକନ୍ଦିରେ ସାଂଧ୍ୟ ପାଟ୍ରୋଲିଂ ବ୍ୟବସ୍ଥା, ପ୍ରମୁଖ ଛକ ମାନଙ୍କରେ ହୋମଗାର୍ଡ ମୁତୟନ ଉପରେ ଥାନାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପୁଲିସ ଲୋକଙ୍କ ନିକଟତର ହେବା ସହ ଅଂଚଳରେ ଅପରାଧ ନିୟନ୍ତ୍ରଣ କରିବାକୁ  ଟାଙ୍ଗରପାଲୀ ଥାନାର ନୂତନ  ଅଧିକାରୀଙ୍କୁ ନିବେଦନ କରିଥିଲେ ।  ଏହି ଅବସରରେ ଟାଙ୍ଗରପାଲୀ ଥାନାଧିକାରୀ ରବିନ୍ଦ୍ର କୁମାର ପାତ୍ରଙ୍କ ସମେତ ସେକ୍ଟର-୨୨ ଏମ୍ପୋଲୟିଜ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ସଭାପତି ଶିବଶଙ୍କର ନାୟକ, ସାଧାରଣ ସମ୍ପାଦକ କ୍ଷୀରୋଦ ପଶାୟତଙ୍କ ସମେତ ସୁକନାଥ ବିଶୋଇ, ସୁକାନ୍ତ ମହାନ୍ତି, ନରେନ୍ଦ୍ର ମଲ୍ଲିକ, ଦାମୋଦର ଧଳ, ପଦ୍ମଲୋଚନ ଡୋରା ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

About The Author

Add Comment