ନିର୍ଭୟା ପାଣ୍ଠିରୁ ଅଧିକ ଅର୍ଥ ବିନିଯୋଗ ହୋଇନାହି

Spread the love

ନୂଆଦିଲ୍ଲୀ, ୩୦/୧୧ (ସନ୍ଧାନ ନିଉଜ) : ଦେଶରେ ମହିଳାମାନଙ୍କ ଉପରେ ହେଉଥିବା ବଳାତ୍କାର ଓ ହତ୍ୟା କମିବାର ନାମ ନେଉନାହିଁ। ମହିଳାଙ୍କ ବିରୋଧରେ ହେଉଥିବା ଅପରାଧକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରୟାସ କରାଯାଉଥିଲେ ମଧ୍ୟ ତାହା ଫଳପ୍ରଦ ହେଉନଥିବା ଦେଖାଯାଉଛି। ଏହି ସମୟରେ ଗତକାଲି ସଂସଦରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏହାର ଯବାବରେ ଏଭଳି ଏକ ଉତ୍ତର ଦେଇଛନ୍ତି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଗତକାଲି ସଂସଦରେ ଇରାନୀ ନିର୍ଭୟା ପାଣ୍ଠିର ଅଧିକାଂଶ ଅର୍ଥ ବିନିଯୋଗ ହୋଇନଥିବା କହିଛନ୍ତି।
ଉଲ୍ଲେଖ ଯୋଗ୍ୟ, ୨୦୧୧ମସିହାରେ ଦିଲ୍ଲୀରେ ହୋଇଥିବା ବଳାତ୍କାର ଓ ହତ୍ୟା ଘଟଣା ପରେ ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଭୟା ପାଣ୍ଠି ଗଠନ କରାଯାଇଥିଲା। ସଂସଦରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ନିର୍ଭୟା ପାଣ୍ଠିରେ ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥିବା ଅର୍ଥର ବିବରଣୀ ଦେଇଥିଲେ।

Related Posts

About The Author

Add Comment