ସୁନ୍ଦରଗଡ ତା:୩୦/୧୦/୨୦୨୫(ସନ୍ଧାନ ନ୍ୟୁଜ) ଆଜି ସ୍ଥାନୀୟ ସଂସ୍କୃତି ଭବନ ଠାରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କ ଲାଗି ସଷ୍ଟେନେବଲ୍ ଡେଭେଲପମେଣ୍ଟ ଗୋଲ୍ ବା ନିରନ୍ତର ବିକାଶ ଲକ୍ଷ୍ୟ ସମ୍ବନ୍ଧୀୟ ଏକ ଜିଲ୍ଲା ସ୍ତରୀୟ କାର୍ମଶାଳା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଉପ ନିର୍ଦ୍ଦେଶିକା ଶ୍ରୀମତୀ ସୁଶୀଳା ଟପ୍ପୋ ଏହାକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ନିରନ୍ତର ବିକାଶ ଲକ୍ଷ୍ୟ ଅଧିନସ୍ଥ ୧୭ ଗୋଟି ଲକ୍ଷ୍ୟ, ତତ୍ସମ୍ବନ୍ଧୀତ ୧୬୯ ଗୋଟି ଟାର୍ଗେଟ ଏବଂ ଏହି ଟାର୍ଗେଟ ମାନଙ୍କ ସହ ଜଡ଼ିତ ୩୧୧ ଇଣ୍ଡିକେଟର ବା ସୂଚକାଙ୍କ, ଇତ୍ୟାଦି ବିଷୟରେ ଅବଗତ କରାଯାଇଥିଲା। ଏହି ଅବସରରେ ଡୁଡୁକା ମହାବିଦ୍ୟାଳୟର ଅଧ୍ୟକ୍ଷା, ରାଉରକେଲା ରାଷ୍ଟ୍ରୀୟ ପ୍ରଯୁକ୍ତି ପ୍ରତିଷ୍ଠାନର ପ୍ରଫେସର, ସୁନ୍ଦରଗଡ଼ର ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ସହଯୋଗୀ ଅଧ୍ୟାପକ, ଅବସରପ୍ରାପ୍ତ କୃଷି ଅଧିକାରୀଙ୍କ ସମେତ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।
ନିରନ୍ତର ବିକାଶ ଲକ୍ଷ୍ୟ ସମ୍ବନ୍ଧୀୟ ଏକ ଜିଲ୍ଲା ସ୍ତରୀୟ କାର୍ମଶାଳା ଅନୁଷ୍ଠିତ
|
October 30, 2025 |



