ନିଜକୁ ପିିସ୍ତଲ ମାରି ଠିକାଦାରଙ୍କ ଆତ୍ମହତ୍ୟା

Spread the love

କଟକ, ୨୦/୦୬ (ସନ୍ଧାନ ନିୟୁଜ)- ଜଣେ ଠିକାଦାର ନିଜ ଦେହକୁ ପିସ୍ତଲରୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି । ମିଳିଥିବା ସୂଚନା ଅନୁସାରେ କଲ୍ୟାଣନଗର ପୋଷ୍ଟାଲ କଲୋନୀରେ ଏଭଳି ଘଟଣା ଘଟିଛି ।  ବିଶ୍ୱଭୁଷଣ ସିଂ(୪୫) ନାମକ ଜଣେ ଠିକାଦାର ନିଜ ଦେହକୁ ପିସ୍ତଲରୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି ।ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବି ମେଡିକାଲ କଲେଜ ହସପିଟାଲ ରେ ଭର୍ତି କରାଯାଇଥିଲା ହେଲେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପାରିବାରିକ ଅଶାନ୍ତିରୁ ସେ ଆତ୍ମହତ୍ୟା କରିଥିବା ପଡ଼ୋଶି କହୁଛନ୍ତି । ଗତ କିଛି ମାସ ହେଲା ପାରିବାରିକ ଅଶାନ୍ତିରୁ ସେ ମାନସିକ ଚାପରେ ଥିଲେ ବୋଲି ପଡ଼େିଶି କହୁଛନ୍ତି । ପୋଲିସ୍ ମୃତ ଶରୀର ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

Report by Prakash Rout

Related Posts

About The Author

Add Comment