କୋରାପୁଟ ,୯/୬ (ସନ୍ଧାନ ନିୟୁଜ୍/ଆର ଦାସ) ନିଖିଲ ଓଡିଶା ପଂଚାୟତ ନିର୍ବାହୀ ଅଧିକାରୀ ସଂଘ କୋରାପୁଟ ଜିଲ୍ଲା ଶାଖାର ସାଧାରଣ ବୈଠକ କୋରାପୁଟ ବ୍ଲକ ସଭାଗୃହଠାରେ ଅନୁଷ୍ଟିତ ହୋଇଯାଇଛି ।କୋରାପୁଟ ଜିଲ୍ଲା ଶାଖାର ସଭାପତି ମାର୍କଣ୍ଡ ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରାଜ୍ୟ ସଂଘ ସଭାପତି ସୁରେଶ କୁମାର ହୋତା ଯୋଗ ଦେଇଥିଲେ ।ପେନସନ ବଂଟନ , ଗୃହ ଯୋଗାଣ , ସାଧାରଣ ବଂଟନ ଓ ଦରମା ଉପରେ ରହିଥିବା ଅସୁବିଧା ସଂପର୍କରେ ଆଲୋଚନା କରାଯାଇଥିଲା ।ସମସ୍୍ୟାଗୁଡିକ କୋରାପୁଟ ଜିଲ୍ଲାପାଳଙ୍କୁ ଅବଗତ କରିବା ନିମନ୍ତେ ବୈଠକରେ ନିଷ୍ପତି ନିଆଯାଇଥିଲା ।ଏହି ବୈଠକରେ ଜିଲ୍ଲା ସଂପାଦକ ବାବାଜି ଚରଣ ପାଣିଗ୍ରାହୀ , , ନରସିଂହ ପଟନାୟକ , ଅର୍ଜୁନ ଟାକ୍ରୀ ଓ ୧୪ ଟି ବ୍ଲକର ସମସ୍ତ ନିର୍ବାହୀ ଅଧିକାରୀମାନେ ଯୋଗଦେଇଥିଲେ ।