ନାଳରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର

କନ୍ଧମାଳ, ୩୧/୦୭/୨୦ (ସନ୍ଧାନ ନିଉଜ) : କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦୁତିମେଣ୍ଡି ଗ୍ରାମ ପଞ୍ଚାୟତର ସମରଡେଗାରେ ଥିବା ଏକ ନାଳରୁ ଗୁରୁବାର ଜଣେ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର କରାଯାଇଛି। ଉକ୍ତ ନାଳରେ ମୃତଦେହ ପଡିଥିବା ଦେଖି ସ୍ଥାନୀୟଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥାନରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠେଇଛି। ବର୍ତ୍ତମାନ ସୁଦ୍ଧା ମୃତ ଯୁବକର ପରିଚୟ ମିଳିପାରି ନାହିଁ। ଏ ନେଇ ଖଜରୀପଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ରମାକାନ୍ତ ପାତ୍ର ସୂଚନା ଦେଇଛନ୍ତି।

Related Posts

About The Author

Add Comment