ଆଜି ଭାରତ ଶିକ୍ଷା ମାମଲାରେ ୧୯୧ ଦେଶ ମଧ୍ୟରେ ୧୪୫ କ୍ରମିକ ସ୍ଥାନରେ ଅଛି କିନ୍ତୁ କେବେ ଏହି ଭାରତ ଦୁନିଆର ଜ୍ଞାନର ଭଣ୍ଡାର ଥିଲା ।ଆଜି ପ୍ରତି ୧୦୦ ଛାତ୍ରରେ କେବଳ ଜଣେ ଶିକ୍ଷକ ଉପଲବ୍ଧ ଅଛନ୍ତି ସେଇଠି ୧୦୦୦ ବର୍ଷ ପୂର୍ବେ କୌଣସି ସମୟରେ ଏହି ବିଶ୍ୱବିଦ୍ୟାଳୟ ର ବୈଭବ ଦୈନିକ ୧୦,୦୦୦ ରୁ ଅଧିକ ଛାତ୍ର ଓ ୨୦୦୦ ଶିକ୍ଷକ ନିୟୋଜିତ ଥିଲେ ଅର୍ଥାତ ପ୍ରତି ୫ ଛାତ୍ର ରେ ଜଣେ ଶିକ୍ଷକ ।ନାଳନ୍ଦା ରେ ୮ ଅଲଗା ଅଲଗା ପରିସର ଏବଂ ୧୦ ଟି ମନ୍ଦିର ଥିଲା,ଏହା ସହ ବହୁତ ଯୋଗ-ଵ୍ୟାୟାମ ଗୃହ ଓ ଶ୍ରେଣୀ କକ୍ଷ ଥିଲା ।ଏଥିରେ ଏକ ପଠାଗାର ୯ ମହଲା ବିଶିଷ୍ଟ କୋଠାରେ ଅବସ୍ଥିତ ଥିଲା,ଯେଉଁଥିରେ ୯୦ ଲକ୍ଷ ପାଣ୍ଡୁଲିପି ସହ ଲକ୍ଷ ଲକ୍ଷ ପୋଥି, ପୁରାଣ ଓ ସାହିତ୍ୟ ପୁସ୍ତକ ରଖାଯାଇଥିଲା ।ବିଶ୍ୱବିଦ୍ୟାଳୟରେ କେବଳ ଭାରତ ନୁହେଁ କୋରିଆ,ଜାପାନ, ଚୀନ, ତିବ୍ଦତ, ଇଣ୍ଡୋନେସିଆ, ଇରାନ, ଗ୍ରୀସ, ମଙ୍ଗୋଲିୟା ସମେତ ବହୁତ ଦୂର ଦେଶରୁ ଛାତ୍ରଛାତ୍ରୀ ଅଧୟନ କରିବାକୁ ଆସୁଥିଲେ ।ଆଉ ସବୁଠାରୁ ଭାବିବାର ବିଷୟ ଥିଲାଯେ ସେହି ପୁରାତନ ସମୟରେ ମଧ୍ୟ ଲିଟ୍ରେଚର,ମନୋବିଜ୍ଞାନ,ମହାକାଶ ବିଜ୍ଞାନ, ବାସ୍ତୁକଳା, ଚିତ୍ରକଳା, ଏଣ୍ଟ୍ରୋନାମୀ, ଅର୍କେଟକ୍ଚର,ଇତିହାସ, ଭୂଗୋଳ,ଗଣିତ,ରାଜନୀତି ବିଜ୍ଞାନ,ଭାଷା ବିଜ୍ଞାନ, ଇକୋନୋମିକ୍ସ,ତ୍ରିକୋଣମିତି, ଶରୀର ବିଜ୍ଞାନ, ବୈଧିକ ଓ ଶାରୀରିକ ଶିକ୍ଷା, ଔଷଧ ଓ ଚିକିତ୍ସା ବିଜ୍ଞାନ ସମେତ ବହୁତ ବିଷୟବସ୍ତୁ ଉପରେ ପଢା ଯାଉଥିଲା ।
ଏହାର ପରିସର ଏକ ବିଶାଳ ପ୍ରାଚୀର ରେ ଘେରି ହୋଇଥିଲା, ଯେଉଁଥିରେ ପ୍ରବେଶ କରିବାପାଇଁ ଏକ ମୁଖ୍ୟ ଦ୍ୱାର ଥିଲା ।ଉତ୍ତର ରୁ ଦକ୍ଷିଣ ପର୍ଯ୍ୟନ୍ତ ମଠ ର ଛାଉଣୀ ଥିଲା ।କେନ୍ଦ୍ରୀୟ ବିଦ୍ୟାଳୟରେ ୭ଟି ବଡ଼ ଗୃହ ଥିଲା ଏହାସହ ୩ଟି ବଡ଼ ପ୍ରକୋଷ୍ଟ ଥିଲା ।ଏଥିରେ ଭୋଜନଳାୟ ଥିଲା ।ମଠଗୁଡିକ ୧ମହଲରୁ ଅଧିକ ବିଶିଷ୍ଟ ଥିଲା ଓ ପ୍ରତି ମଠ ଅଗଣାରେ ଏକ କୁଅଁ ବନାଯାଇଥିଲା ।୮ ଟି ବିଶାଳ ଭବନ,୧୦ଟି ଗୌରବମୟ ମନ୍ଦିର ଓ ଅନେକ ପ୍ରାର୍ଥନା ଗୃହ ତଥା ଅଧୟନ ଗୃହ ସହିତ ଏହି ପରିସରରେ ବିଶାଳ ସୁନ୍ଦର ବଗିଚା ଓ ପୋଖରୀ, ଜଳାଶୟ ମଧ୍ୟ ଥିଲା ।ଏହି ବିଶ୍ୱବିଦ୍ୟାଳୟ ରେ ଦେଶ ବିଦେଶରୁ ଅଧୟନ ଛାତ୍ରଙ୍କ ପାଇଁ ଛାତ୍ରବାସ ସୁବିଧା ମଧ୍ୟ ଥିଲା ।
ବିଶ୍ୱବିଦ୍ୟାଳୟ ରେ ପ୍ରବେଶ ପରୀକ୍ଷା ଏତେ କଠୋର ଥିଲା ଯେ କେବଳ ବିଚକ୍ଷଣ ପ୍ରତିଭାଶାଳୀ ବିଦ୍ୟାର୍ଥୀ ହି ପ୍ରବେଶ ପାଇପାରୁଥିଲେ ।ଏଥିରେ ଆଜିର ବିଶ୍ୱବିଦ୍ୟାଳୟ ଭଳି ଛାତ୍ରମାନଙ୍କ ନିଜର ସଙ୍ଗଠନ ଥିଲା ତଥା ସେମାନେ ସ୍ୱୟଂ ଏହି ବ୍ୟବସ୍ଥା ତଥା ଭୋଟ କରୁଥିଲେ ।ଛାତ୍ରଙ୍କୁ କୌଣସି ପ୍ରକାରର ଆର୍ଥିକ ଚିନ୍ତା ମଧ୍ୟ ନଥିଲା ।ତାଙ୍କ ପାଇଁ ଶିକ୍ଷା, ଭୋଜନ, ବସ୍ତ୍ର, ଔଷଧ ଏବଂ ଉପଚାର ଇତ୍ୟାଦି ସମସ୍ତ ସୁବିଧା ନିଶୁଳ୍କ ଥିଲା ।ରାଜ୍ୟରୁ ଏବଂ ଅନ୍ୟପଟରୁ ବିଶ୍ୱବିଦ୍ୟାଳୟ କୁ ୨୦୦ ଗ୍ରାମ ଦାନରେ ମିଳିଥିଲା, ଯେଉଁଥିରେ ପ୍ରାପ୍ତ ଆୟ ଓ ଫସଲ ରୁ ତାହାର ଖର୍ଚ୍ଚ ଆଦାୟ ହେଉଥିଲା ।
ଚାହୁଚାହୁଁ ୮୦୦ ବର୍ଷ ପର୍ଯ୍ୟନ୍ତ ନିଜ ଅସ୍ତିତ୍ୱ ରେ ରହିଲା ପରେ ଏହି ବିଶ୍ୱବିଦ୍ୟାଳୟ କୁ ଭୋକିଲା-ନଙ୍ଗଳା, ଅସଭ୍ୟ,ଦାନବ ର ନଜର ପଡିଗଲା ।
୧୧୯୩ ମସିହାରେ,#ନାଳନ୍ଦାବିଶ୍ୱବିଦ୍ୟାଳୟ କୁ #ବକ୍ଷତିଆରଖିଲିଜ ର ଅଧିନ ତୁର୍କୀ ମୁସଲମାନ ଆକ୍ରମଣକାରୀ ଙ୍କ ଦ୍ଵାରା ବର୍ବାଦ କରିଦିୟାଗଲା ।ପାର୍ସି ଇତିହାସକାର #ମିନହାଜଏସିରାଜ ଯିଏ ନିଜ ପୁସ୍ତକ “ତବକତ-ଏ-ନାସିରି” ରେ ଉଲ୍ଲେଖ କରିଥିଲେ କି ବିଶ୍ୱବିଦ୍ୟାଳୟ କୁ ବର୍ବାଦ କରୁଥିବା ସମୟରେ ୧୦୦୦ ଭିକ୍ଷୁକଙ୍କୁ ଜୀବନ୍ତ ଜଳାଇ ଦେଇଥିଲେ ଏବଂ ୧୦୦୦ ଭିକ୍ଷୁକଙ୍କ ମସ୍ତକ ଛେଦନ କରିଥିଲେ ।ପୁସ୍ତକାଳୟ କୁ ନିଆଁ ଲାଗେଇଦେଇଥିଲେ, ତତ୍କାଳୀନ ଇତିହାସକାରୀ ମାନେ ଲେଖିଥିଲେ କି ପାଠାଗାର ର ପୁସ୍ତକ ପ୍ରାୟ ୭ ମାସ ପର୍ଯ୍ୟନ୍ତ ଜଳିଥିଲା ।ଆଉ ଜଳୁଥିବା ପୁସ୍ତକ ଓ ପାଣ୍ଡୁଲିପି ର ଧୁଆଁ ଏକ ବିଶାଳ ପର୍ବତର ବଳୟ ର ରୂପ ନେଇଥିଲା ।