ବାଲେଶ୍ହର, ୦୩.୦୨.୨୦୨୧(ସନ୍ଧାନ ନିଉଜ/ ଲିଙ୍ଗରାଜ ପଣ୍ଡା): ରେମୁଣା ଥାନା ଅଞ୍ଚଳରେ ଆଜି ଅପରାହ୍ନରେ ଜଣେ ନାବାଳିକାକୁ ନଦୀ କଡ଼କୁ ଟେକି ନେଇ ଦୁଷ୍କର୍ମ କରିବା ପରେ ତାର ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ନାବାଳିକା ଜଣକ ଛେଳି ଚରାଉଥିବା ବେଳେ ପଡୋଶୀ ବିଦ୍ୟା ସିଂ(୫୦) ନାବାଳିକାକୁ ଟେକି ନେଇଥିଲା । ଝିଅର ପାଟି ଶୁଣି ମା‘ ଘରୁ ଦୌଡ଼ି ଆସିବା ବେଳକୁ ଝିଅ ଦୌଡ଼ୁଥୁଲା ଏବଂ ତା ପଛରେ ବିଦ୍ୟା ଗୋଡ଼ାଉଥିଲା । ଏହା ଦେଖଗ ଝିଅକୁ ଧରିବାକୁ ଚେଷ୍ଟା କରିବାବେଳେ ବିଦ୍ୟା ତାଙ୍କୁ ମଧ୍ୟ ଧକ୍କା ମାରି ତଳେ ପକାଇ ଚୁଟିକୁ ଭିଡ଼ାଭିଡ଼ି କରିଥିବା ଝିଅର ମା‘ ଅଭିଯୋଗ କରିଛନ୍ତି । ଝିଅର ପିନ୍ଧା ଜାମା ଚିରି ଯାଇଥିବାବେଳେ ଦେହର ବିଭିନ୍ନ ସ୍ଥାନରୁ ରକ୍ତ ବାହାରୁଥିଲା । ଝିଅକୁ ଡାକ୍ତରଖାନାରେ ଦେଖାଇ ଥାନାରେ ଅଭିଯୋଗ କରାଯାଇଛି ।
ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ
|
January 3, 2021 |