କଟକ, ୧୨.୦୧.୨୦୨୧(ସନ୍ଧାନ ନିଉଜ୍); ବେତନଟୀ ଆଦିବାସୀ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡ ପ୍ରସଂଗରେ ହାଇକୋର୍ଟରେ ଶୁଣାଣି ସମୟରେ ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଥିବା ଯାମିନୀକାନ୍ତ ମହାନ୍ତର ବୟାନ ରେକର୍ଡ କରାଯାଇଛି । ଜଷ୍ଟିସ ଏସ.କେ.ମିଶ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେମାମଲାର ଶୁଣାଣି ସମୟରେ ଜାମିନୀକାନ୍ତକୁ ମୟୂରଭଞ୍ଜ ପୁଲିସ ହାଜର କରାଇଥିଲା। ମାମଲାର ଶୁଣାଣି ସମୟରେ ଜାମିନୀକାନ୍ତର ଅତିରିକ୍ତ ବୟାନ ଆଜି ହାଇକୋର୍ଟରେ ରେକର୍ଡ କରାଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ୨୭କୁ ଧାର୍ଯ୍ୟ କରାଯାଇଥିବା ବେଳେ ଯାମିନୀକାନ୍ତଙ୍କୁ ପୁଣି ସେ ଦିନ ହାଜର କରାଯିବା ପରବର୍ତ୍ତୀ ଶୁଣାଣି ସମୟରେ ଯେଉଁ ସାକ୍ଷୀଙ୍କ ହାଜିରା ପାଇଁ ଯାମିନୀକାନ୍ତ ଆଗ୍ରହୀ ସେମାନଙ୍କ ନାଁ ଜାନୁଆରି ୧୩ ତାରିଖ ସୁଦ୍ଧା ତାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଦାଖଲ କରିବେ ବୋଲି ହାଇକୋର୍ଟସ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର ୨୩ରେ ୨୩ରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଯାମିନୀକାନ୍ତକୁ ଜାନୁଆରି ୧୧ରେ ହାଜର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସିଆରପିସିର ଧାରା ୩୧୩ରେ ଯାମିନୀକାନ୍ତକୁ ମାମଲାର ସମୟରେ ତଦନ୍ତକାରୀ ସଂସ୍ଥା ସଂଗ୍ରହ କରିଥିବା ଡିଏନଏ ପ୍ରୋଫାଇଲିଂ ଓ କେମିକାଲ ଏକ୍ଜାମିନେସନ୍ ରିପୋର୍ଟ ପ୍ରସଂଗରେ କେତେକ ଅତିରିକ୍ତ ପ୍ରଶ୍ନ କରିବାପାଇଁ ଏପରି ନିର୍ଦ୍ଦେଶ ଦିଆଯାଇଥିଲା। ହାଇକୋର୍ଟରେମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ନିମ୍ନ ଅଦାଲତ ରାୟ ପ୍ରକାଶ କରିବା ପୂର୍ବରୁ ଅଭିଯୁକ୍ତ ଥିବା ଯାମିନୀକାନ୍ତକୁ ଡିଏନଏ ପ୍ରୋଫାଇଲିଂ ଓ କେମିକାଲ ଏକଜାମିନେସନ୍ ରିପୋର୍ଟ ପ୍ରସଂଗରେ ଆବଶ୍ୟକ ପ୍ରଶ୍ନ ପଚାରା ଯାଇ ନଥିଲା । ଏ ନେଇ ଅଭିଯୁକ୍ତ ଯାମିନୀକାନ୍ତର ପକ୍ଷ ଶୁଣା ଯାଇ ନ ଥିଲା। ଏଥିସହିତ ନିମ୍ନ ଅଦାଲତର ଦଣ୍ଡାଦେଶ ପ୍ରସଂଗରେ ଶୁଣାଣି ସମୟରେ ମଧ୍ୟ ଯାମିନୀକାନ୍ତଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ନଥିଲା ବୋଲି ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦର୍ଶାଇଥିଲେ। ଟ୍ରାଏଲ ସମୟରେ ଯେଉଁ ସବୁ ପ୍ରଶ୍ନ ଅଭିଯୁକ୍ତକୁ ପଚରା ଯାଇ ପାରିନଥିଲା ସେ ଗୁଡିକୁ ସିଆରପିସିର ଧାରା ୩୧୩ରେ ହାଇକୋର୍ଟରେ ପଚରାଯାଇ ପାରିବ ବୋଲି ଖଣ୍ଡପୀଠ କହିବା ସହିତ ଯାମିନୀକାନ୍ତକୁ ହାଜର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାମିନୀକାନ୍ତ ପକ୍ଷରୁ ଆଇନଜୀବୀ ଦେବାଶିଷ ପଣ୍ଡା ଓ ସରକାରଙ୍କ ତରଫରୁ ଏଜିଏ ଜନ୍ମେଜୟ କଟିକିଆ ମାମଲା ପରିଚାଳନା କରୁଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବାରିପଦା ଚିଲ୍ଡ୍ରେନ୍ ବିଚାରପତି ଅଭିଯୁକ୍ତ ଯାମିନୀକାନ୍ତ ମହାନ୍ତ(୨୫)କୁ ଦୋଷୀ ସାବ୍ୟସ୍ତ କରି ୨୦୧୯, ଅଗଷ୍ଟ ୨୮ରେ ଫାଶୀ ଦଣ୍ଡାଦେଶ ପ୍ରଦାନ କରିଥିଲେ। ଆଇପିସିର ଦଫା ୩୭୬(ଏବି), ୩୬୩, ୩୦୨ ସହିତ ପୋସ୍କୋ ଆଇନର ଧାରା ୬ ଓ ଏସ୍ ଏସି ଆଣ୍ ଏଟି ଆଇନର ଧାରା ୩ରେ ଯାମିନୀକାନ୍ତକୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରାଯାଇଥିଲା ।
ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶ ମାମଲା
|
January 12, 2021 |