ଜୟପୁର, ୧୨/୦୧/୨୦୧୯ (ସନ୍ଧାନ ନିଉଜ) : ପୁଣି ନାଚିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ଆଦିବାସୀଙ୍କ ପାରମ୍ପରିକ ଲୋକଗୀତ ଓ ବାଦ୍ୟର ତାଳେ ତାଳେ ଝୁମିଲେ ତାରା । ଜୟପୁରରେ ପୁଷ ପୁନେଇଁ ଅବସରରେ ଏଭଳି ଦୃଶ୍ୟ ସାମନାକୁ ଆସିଥିଲା । ରାଜରାସ୍ତା ପାଲଟିଥିଲା ଖୋଲା ମଞ୍ଚ । ପିଲାଠୁ ଯୁବ ଗୋଷ୍ଠୀ । ପୁଣି ବୟସ୍କ ଓ ମହିଳା ସମସ୍ତେ ଏକାଠି ହୋଇଥିଲେ । ହାତରେ ହାତ ଛନ୍ଦି ସମସ୍ତଙ୍କ ସହ ନୃତ୍ୟଗୀତରେ ମଜି ଯାଇଥିଲେ ବିଧାୟକ ତାର ବାହିନୀପତି । ନିଜ ପ୍ରିୟ ନେତାଙ୍କୁ ପାଖରେ ପାଇ ସ୍ଥାନୀୟ ବାସିନ୍ଦା ଓ କଳାକାର ବି ବେଶ ଖୁସି ହୋଇଥିଲେ ।
Related Posts
About The Author
Add Comment