ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Spread the love
କେନ୍ଦ୍ରାପଡ଼ା,୫/୩ (ସନ୍ଧାନ ନିୟୁଜ)  କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରୁ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ମୃତଦେହ। ମୃତ ଛାତ୍ରୀ ହେଉଛନ୍ତି ସରୋଜିନୀ ଦାସ।

ମିଳିଥିବା ସୂଚନା ଅନୁସାରେ, ମୃତ ଛାତ୍ରୀଙ୍କ ଘର ଯାଜପୁର ଜିଲ୍ଲା ଇଟାପଡ଼ା ଗାଁରେ।  ସେ ପଟ୍ଟାମୁଣ୍ଡାଇ ରମାଦେବୀ ନର୍ସିଂ କଲେଜରେ ପାଠ ପଢୁଥିଲେ। ସେ ପଟ୍ଟାମୁଣ୍ଡାଇ ମ୍ୟୁନସିପାଲିଟି ଅନ୍ତର୍ଗତ ବେଲତଳ ଗାଁରେ ଭଡ଼ାରେ ରହୁଥିଲେ।

ଗତକାଲି ରାତିରେ ପୁଲିସ ଖବର ପାଇ ଭଡ଼ା ଘରକୁ ଯାଇ ସରୋଜିନୀଙ୍କ ମୃତଦେହ ଉଦ୍ଧାର କରିଥିଲା। ତେବେ କିଭଳି ପରିସ୍ଥିତିରେ ତାଙ୍କ ମୃତ୍ୟୁ ହେଲା ତାହା ଜଣାପଡିନାହିଁ। ଘଟଣାକୁ ନେଇ ପୁଲିସ ତନାଘନା ଚଲାଇଛି।

Related Posts

About The Author

Add Comment