ନବରଙ୍ଗପୁର : ଚିତାଲାଗି ଅମାବାସ୍ୟା ଦିନ ନିରୋଗ ରହିବା ପାଇଁ ୨୨ରୁ ଊର୍ଧ୍ୱ ଶିଶୁଙ୍କୁ ଚେଙ୍କ
ନବରଙ୍ଗପୁର : ଚିତାଲାଗି ଅମାବାସ୍ୟା ଦିନ ନିରୋଗ ରହିବା ପାଇଁ ୨୨ରୁ ଊର୍ଧ୍ୱ ଶିଶୁଙ୍କୁ ଚେଙ୍କ
Manas Kumar Rout |
August 11, 2018 |

ନବରଙ୍ଗପୁର୧୧/୮(ସନ୍ଧାନ ନିୟୁଜ) : ଶନିବାର ପବିତ୍ର ଚିତାଲାଗି ଅମାବାସ୍ୟା ବା ଏହାକୁ ଚିତଉ ଅମାବାସ୍ୟା ବୋଲି ବି କୁହାଯାଇଥାଏ। ଏହି ଦିନ ଶ୍ରୀମନ୍ଦିରରେ ତିନିଠାକୁରଙ୍କ ମଥାରେ ରତ୍ନଚିତା ଲାଗି କରାଯାଇଥାଏ। ଓଡ଼ିଆମାନଙ୍କ ପାଇଁ ଏହି ଦିନଟି ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଥାଏ । ତେବେ ନବରଙ୍ଗପୁର ଜିଲ୍ଲା ପାପାଡ଼ାହାଣ୍ଡି ଗ୍ରାମରେ ଚିତାଲାଗି ଅମାବାସ୍ୟା ଅବସରରେ ୨୨ରୁ ଊର୍ଧ୍ୱ ଶିଶୁଙ୍କୁ ଚେଙ୍କ ଦିଆଯିବା ଘଟଣା ସାମ୍ନାକୁ ଆସିଛି। ଏହି ଚେଙ୍କ ପାପାଡ଼ାହାଣ୍ଡି ଗ୍ରାମରେ ପ୍ରଚଳିତ ପୁରୁଣା ପରମ୍ପରା ଅନୁଯାୟୀ ଦିଆଯାଇଛି। ଏଠାକାର ଲୋକମାନଙ୍କ ବିଶ୍ୱାସ, ଏହି ଦିନ ଜନ୍ମରୁ ୭ବର୍ଷ ଯାଏଁ ଶିଶୁମାନଙ୍କୁ ଚେଙ୍କ ଦେଲେ ସେମାନଙ୍କୁ କୌଣସି ରୋଗବୈରାଗ ହୁଏ ନାହିଁ, ସେମାନେ ସୁସ୍ଥ ଜୀନବଯାପନ କରନ୍ତି।
ଅନ୍ୟପକ୍ଷରେ ଚିତାଲାଗି ଅମାବାସ୍ୟା ଦିନ ମହାପ୍ରଭୁଙ୍କ ଚିତାର ଆକୃତି ଭଳି ଗୋଲାକାର ଚିତଉ ପିଠାକୁ କୃଷିକ୍ଷେତ୍ରରେ ପ୍ରସାଦ ଭାବେ ଲାଗି କରାଯାଇଥାଏ। କୃଷି କ୍ଷେତ୍ରରେ ବର୍ଷା ସମୟରେ ଗଣ୍ଡା, କୋଚିଆ ଅାଦି କୀଟ ପଙ୍କରେ ଥାଆନ୍ତି। କୃଷକ କ୍ଷେତକୁ ଗଲାବେଳେ ଏମାନେ ଯେପରି କୌଣସି କ୍ଷତି ନ ପହଞ୍ଚାନ୍ତି ସେଥିପାଇଁ ଚାଉଳ ଚୁନାରେ ପ୍ରସ୍ତୁତି ଏହି ପିଠାକୁ ସମର୍ପଣ କରି କୃଷି କାର୍ଯ୍ୟ ବିଧା ସୃଷ୍ଟି ନକରିବାକୁ ପ୍ରାର୍ଥନା କରାଯାଇଥାଏ। ଚିତାଲାଗି ଅମାବାସ୍ୟାକୁ ‘ନୋ ମୁନ୍ ଡୋ’ ବୋଲି ବି କୁହାଯାଏ।
Related Posts
About The Author