ନବବଧୂକୁ ହତ୍ୟା ଅଭିଯୋଗ

Spread the love

ଯାଜପୁର (ସନ୍ଧାନ ନିୟୁଜ /ମାନସ ରାଉତ ) ନବ ବଧୁ ମୃତ୍ୟୁ ସନ୍ଦେହ ଜନକ, ହେଲେ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ !ପୁଅ ଘର ପାଖରେ ଝିଅ ଘର ପାଖରୁ ପ୍ରାୟ 50ରୁ ଉର୍ଦ୍ଧ ପୁରୁଷ ଓ ମହିଳା ପହଞ୍ଚି ପୁଅ ଘର ଜିନିଷ କଲେ ଭଙ୍ଗା ରୁଜା !ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଧର୍ମଶାଳା ଥାନା ଅଧିନ ନେଉଳପୁର ଗ୍ରାମର କଣ୍ଟା ବଣିଆ ସାହିରେ !ସୂଚନା ଅନୁଯାୟୀ ପ୍ରାୟ 4 ବର୍ଷ ତଳୁ ଧର୍ମଶାଳା ଥାନା ଅଧିନ ଚହଟା ଗ୍ରାମର ଏମ.ଡ଼ି ସଗିର ଅହମ୍ମଦ ଙ୍କ ଝିଅ ଆରଜୁ ନେଶା ଙ୍କୁ ଯାନୀ ଯୌତୁକ ଦେଇ ନେଉଳପୁର ଗ୍ରାମର ସେକ ଇନାମ ଅଲ୍ଲିଙ୍କ ପୁଅ ମୌସୁମୀ ଖାନ ଙ୍କୁ ବିବାହ କରିଥିଲେ !ବିବାହ କିଛି ଦିନ ପରେ ସେମାନଙ୍କ ଛୁଆ ପିଲା ହେଉ ନଥିବାରୁ,ସେମାନଙ୍କ ଭିତରେ ଅଶାନ୍ତି ଦେଖା ଦେଇଥିଲା !ତେବେ ଝିଅ ଘର ପରିବାର ଲୋକେ କହିବା ଅନୁଯାୟୀ ତାଙ୍କ ଜ୍ୱାଇଁ ଅନ୍ୟ ଏକ ଝିଅକୁ ପ୍ରେମ କରି ବିବାହ କରିବାକୁ ଚାହୁଁଥିଲା ବେଳେ,ପତ୍ନୀ ଆର୍ଜୁ ନେଶା ତାଙ୍କୁ ବିରୋଧ କରିଥିଲେ !ଯାହା ଫଳରେ ଝିଅର ସ୍ୱାମୀ,ନଣନ୍ଦ,ଶାଶୁ,ଶଶୁର ଅନେକ ସମୟରେ ଆବଶ୍ୟକ ଠାରୁ ଅଧିକ ଝିଅ କୁ ଖଟାଉ ଥିବା ବେଳେ,ଛେଳି ମଧ୍ୟ ଚରାଇବାକୁ ବାଧ୍ୟ କରି ମାରପିଟି କରିବା ସହ ଠିକ ରେ ଖାଇବା ପିଇବା ଏବଂ ଆବଶ୍ୟକ ଅନୁଯାୟୀ ଜିନିଷ ପତ୍ର ନଦେଇ ଝଗଡା କରୁଥିଲେ !ଏନେଇ ଦୁଇ ପରିବାର ଭିତରେ ଅନେକ ଥର ନ୍ୟାୟ ନିଶାପ ମଧ୍ୟ ହୋଇଥିବା ଝିଅର ବାପା ସଗିର ଅହମ୍ମଦ କହିଛନ୍ତି !ଏହି ସବୁ କାରଣରୁ ମୋ ଝିଅକୁ ସବୁଦିନ ପାଇଁ ହଟାଇ ଦେବା ଲାଗି ଗତ କାଲି ତାର ନଣନ୍ଦ,ସ୍ୱାମୀ,ଶାଶୁ,ଶଶୁର ଓ ଅନ୍ୟ ସହ ଯୋଗୀ ମିଶି ପିଟି ପିଟି ମାରି ଦେଇଥିବା ଅଭିଯୋଗ କରିଛନ୍ତି !ଗତ କାଲି ରାତି ପ୍ରାୟ 1ଟା ବେଳେ,ଧର୍ମଶାଳା ଥାନାରେ ଝିଅ ଘର ପରିବାର ଲୋକ ହତ୍ୟା ଅଭିଯୋଗ କରିଥିବା ବେଳେ,ପୁଅ ଘର ଲୋକେ ଏହାକୁ ରସି ଲଗାଇ ଆତ୍ମହତ୍ୟା କରିଛି ବୋଲି ସଫେଇ ଦେଇଛନ୍ତି ! ଯାହାକୁ ଅତି ସହଜରେ ଝିଅ ଘର ଲୋକେ ଏବଂ ତାଙ୍କ ସମ୍ପର୍କୀୟ କଥାକୁ ହଜମ କରି ନପାରି,ଝିଅର ଶାଶୁଘର ପାଖରେ 50 ରୁ ଉର୍ଦ୍ଧ୍ୱ ଲୋକ ପହଞ୍ଚି,ଘର ,ଗାଡି କବାଟ,ଝରକା ଚେୟାର ଓ ଅନ୍ୟାନ୍ୟ ଜିନିଷ ପତ୍ର ଭଙ୍ଗା ରୁଜା କରିଛନ୍ତି !ଏପଟେ ଧର୍ମଶାଳା ପୋଲିସ ଓ ସାଇଣ୍ଟଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି,ମୃତ ଆର୍ଜୁ ନେଶାର ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଧର୍ମଶାଳା ମେଡିକାଲକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛନ୍ତି !ଶବ ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ଧର୍ମଶାଳା ପୋଲିସ ସୂଚନା ଦେଇଛନ୍ତି

Related Posts

About The Author

Add Comment