ଧ୍ୱଂସାଭିମୁଖୀ ବିରଳ ବୌଦ୍ଧ କୀତ୍ତିରାଜି: ତୁରନ୍ତ ପ୍ରତ୍ନତତ୍ତ୍ୱ ବିଭାଗ କ୍ଷେତ୍ର ପରିଦର୍ଶନ ପାଇଁ ଦାବି

Spread the love
  •  
  •  
  •  
  •  
  •  

ଯାଜପୁର,୨୨/୦୨ (ଆମ ଐତିହ ନିଉଜ) ଯାଜପୁର ଜିଲ୍ଲାର ବଡଚଣା ଏବଂ ଧର୍ମଶାଳା ଅଞ୍ଚଳର ବିରଳ ବୌଦ୍ଧକିତ୍ତୀରାଜି ସମଗ୍ର ବିଶ୍ୱ ପାଇଁ କେବଳ ବୌଦ୍ଧଧର୍ମ ନୁହେଁ ବରଂ ପ୍ରତ୍ନତାତ୍ତ୍ୱିକ ଗବେଷଣା କ୍ଷେତ୍ରରେ ନୂତନ ଦିଗ ଦର୍ଶନ ଦେଇଛି । ପ୍ରସିଦ୍ଧ ବୌଦ୍ଧକିତ୍ତୀରାଜି ସଂପନ୍ନ ଉଦୟଗିରୀ ପାହାଡ ନିକଟରୁ ଅସିହା ମୌଜାରୁ ବର୍ଷ ବର୍ଷ ଧରି ମିଳୁଛି ବିରଳ ବୌଦ୍ଧକିତ୍ତୀ । ଏହାର ସୁରକ୍ଷା ପାଇଁ ସରକାର ଯତ୍ନବାନ ହେଉନଥିବାରୁ ଏହା ଲୁଟ ହେଉଥିବା ବେଳେ ଅନେକ କ୍ଷେତ୍ରରେ ବେଆଇନ ମୋରମ ଚାଲାଣରେ ମାଟିରେ ମିଶି ଯାଉଛି । ଏବେ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅଚ୍ୟୁତବସନ୍ତ ପଂଚାୟତର ଏହି ଅସିଆ ମୌଜାରୁ ମିଳୁଥିବା ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱ ସଂପନ୍ନ ବହୁ କିର୍ତ୍ତିରାଜି ଏଣେତେଣେ ପଡି ନଷ୍ଟ ଭଷ୍ଟ ହେଉଥିବାର ଦୃଶ୍ୟ ନେଇ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଉଛି ।

ଖବରରୁ ପ୍ରକାଶ, ଉଦୟଗିରୀ ପାହାଡର ଠିକ ପଶ୍ଚିମ ପାଶ୍ୱର୍ରେ ଥିବା ଅସିଆଗିରି ହିଲ ରେଞ୍ଜ ଅନ୍ତର୍ଗତ ଅସିଆ ମୌଜାରୁ ଦୀର୍ଘ ୫୦ ବର୍ଷ ଧରି ମାଟିତଳୁ ଅନେକ କିତ୍ତିରାଜୀ ମିଳିଛି । ଯାହାକୁ କି ଅନେକ ଲୋକ ଲୁଚାଇ ରଖିଛନ୍ତି । ଏଠାରେ ଥିବା କୋଚିଳାଶୁଣୀ ଠାକୁରାଣୀ ଏବଂ ଶାରଳା ଠାକୁରାଣୀଙ୍କ ବିଜେସ୍ଥଳୀର ମଧ୍ୟଭାଗରେ ଥିବା ପାହାଡକୁ ବେଆଇନ ଭାବେ ଖନନ କରାଯାଇ ମୋରମ ବିକ୍ରି କରାଯାଉଛି । ଏହି ମୋରମ ଖୋଳା ବେଳେ ଏଠାରୁ ମଧ୍ୟ ବହୁ ମୂଲ୍ୟବାନ ସ୍ୱର୍ଣ୍ଣ ଆଭରଣ ଲୋକ ପାଇଥିଲେ ମଧ୍ୟ ଏହାକୁ ଲୁଚାଇ ରଖିଛନ୍ତି । ଗତ ୨୦ ତାରିଖ ଦିନ ଅସିଆ ମୌଜାର ଠାକୁରାଣୀ ସ୍ନାନ ପୋଖରୀକୁ ପଙ୍କୋଦ୍ଧାର ସମୟରେ ଏଠାରୁ ଅନେକ ବୌଦ୍ଧ ଯୁଗୀୟ କିର୍ତ୍ତି ମିଳିଥିଲା । ହେଲେ ଏହାର ଠିକଣା ରକ୍ଷଣା ବେକ୍ଷଣ ହେଉନାହିଁ ବୋଲି ଧର୍ମଶାଳାର ପୂର୍ବତନ ବିଧାୟକ ତଥା ସ୍ଥାନୀୟ ରାଜାସାହେବ ଗୁରୁ ଚରଣ ଟୀକାୟତ ପ୍ରତ୍ନତତ୍ତ୍ୱ ବିଭାଗର ସୁପରିଟେଣ୍ଡଣ୍ଟଙ୍କ ନିକଟରେ ଉପରୋକ୍ତ ତଥ୍ୟ ଦର୍ଶାଇ ଅଭିଯୋଗ କରିବା ପରେ ଏଥିନେଇ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଇଛି । ଏହାସହ ଟୀକାୟତ ମଧ୍ୟ ଏଥିନେଇ ବାଲିଚନ୍ଦ୍ରପୁର ଥାନା ଅଧିକାରୀଙ୍କ ସହ ଫୋନରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳ ପରିଦର୍ଶନ କରି ଫେରିଛି । ବୌଦ୍ଧକିର୍ତ୍ତୀ ସୁରକ୍ଷା ପାଇଁ ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଥିବା ବରିଷ୍ଠ ସାମ୍ବାଦିକ ସତୀଶ ବିଶ୍ୱାଳ ମଧ୍ୟ ଏଥିନେଇ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶଶସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଉଭୟ ଗୁରୁଚରଣ ଟୀକାୟତ ଏବଂ ସତୀଶ ବିଶ୍ୱାଳ ଦାବି କରିଛନ୍ତି ଯେ, ଏଭଳି କିତ୍ତିରାଜୀ ସୁରକ୍ଷା ଏବଂ ଗବେଷଣା ବିଶ୍ୱ ଇତିହାସକୁ ନୂତନ ଦିଗଦର୍ଶନ ଦେବାରେ ସହାୟକ ହେବ । ତୁରନ୍ତ ପ୍ରତ୍ନତତ୍ତ୍ୱ ବିଭାଗ ଘଟଣାସ୍ଥଳ ପରିଦର୍ଶନ କରି ଏହିସବୁ କିତ୍ତିରାଜିକୁ ସୁରକ୍ଷିତ କରିବାକୁ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

ପ୍ରକାଶ ଥାଉ କି, ଧର୍ମଶାଳାର ଅଂଚଳର ଲାଙ୍ଗୁଡି ସହ ଅନ୍ୟ କେତେକ ପାହାଡ ଏବଂ ବଡଚଣାର ଉଦୟଗିରୀ ସମେତ ଅନ୍ୟ କେତେକ ପାହାଡରୁ ବିରଳ ବୌଦ୍ଧକିତ୍ତି ଆବିଷ୍କୃତ ହୋଇଛି । ଏହି ଅଂଚଳ ବୌଦ୍ଧକିତ୍ତି ପାଇଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିଥିବା ବେଳେ ଏହି ଅଂଚଳର ବିଭିନ୍ନ ସ୍ଥାନରୁ ବହୁ ମୂଲ୍ୟବାନ ବୌଦ୍ଧକିତ୍ତି ଦେଖିବାକୁ ମିଳୁଛି । ଅସିଆ ଏହି ଅଂଚଳ ପରିସରରେ ଥିବା ବେଳେ ଏଠାରୁ ମାଟିତଳୁ ମିଳୁଥିବା ବିରଳ ବୌଦ୍ଧକିତ୍ତୀକୁ ପ୍ରତ୍ନତାତ୍ତ୍ୱିକ ବିଭାଗ ଗୁରୁତ୍ୱର ସହ ନେଇ ଅନୁଧ୍ୟାନ କରିବାକୁ ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment