ଦୋସିଙ୍ଗା, ୯/୧୨ (ସନ୍ଧାନ ନିଉଜ) : ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟ ନେଇ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଡିସେମ୍ବର ୮ ତାରିଖରେ ଭଦ୍ରକ ଜିଲା ଦୋସିଙ୍ଗା ପଞ୍ଚାୟତସ୍ଥିତ ନରସିଂହପ୍ରସାଦ ଗ୍ରାମରେ ଏକ ଆରୋଗ୍ୟ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ଓ ଚାନ୍ଦବାଲି ବିଧାୟକ ତଥା ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ବ୍ୟୋମକେଶ ରାୟ ଏହାର ଉଦ୍ଘାଟନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଜିଲା ଭାରପ୍ରାପ୍ତ ଜିଲାପାଳ ଶ୍ୟାମ ଭକ୍ତ ମିଶ୍ର, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଚାନ୍ଦବାଲି ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ରଞ୍ଜନ ସାହୁ, ଧାମରା ପୋର୍ଟ ମୁଖ୍ୟ କାର୍ଯ୍ୟନିର୍ବହୀ ଅଧିକାରୀ ସୁବ୍ରତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଆରୋଗ୍ୟ କେନ୍ଦ୍ର ସକାଳ ୮ଟାରୁ ଦିନ ୧ ଟା ଏବଂ ଅପରାହ୍ନ ୩ଟାରୁ ୬ ଟା ପର୍ଯ୍ୟନ୍ତ ଖୋଲା ରହିବ ଏବଂ ଏହା ଦ୍ୱାରା ବହିର୍ବିଭାଗ ରୋଗୀ ଉପକୃତ ହୋଇପାରିବେ । ଆରୋଗ୍ୟ କେନ୍ଦ୍ରର ପରିଚାଳନା ଦାୟିତ୍ୱ ହେଲ୍ପେଜ୍ ଇଣ୍ଡିଆ ଦ୍ୱାରା ସମ୍ପାଦନ କରାଯିବ ।
ସ୍ୱାସ୍ଥ୍ୟକ୍ଷେତ୍ରରେ ବିକାଶ ଆଣିବା ଦିଗରେ ଆଲୋକପାତ କରି ଧାମରା ପୋର୍ଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ତ୍ରିପାଠୀ କହିଥିଲେ ଯେ, ପୋର୍ଟର ଆଖପାଖ ଅଞ୍ଚଳରେ ଥିବା ରୋଗୀମାନଙ୍କୁ ଚିକିତ୍ସା ନିମନ୍ତେ ହେଲ୍ପେଜ୍ ଇଣ୍ଡିଆ ଦ୍ୱାରା ପରିଚାଳିତ ଦୁଇଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ଯୋଗାଇ ଦିଆଯାଇଛି । ଏହି ଅବସରରେ ସମସ୍ତ ପଞ୍ଚାୟତର ପ୍ରତିନିଧି, ସ୍ଥାନୀୟ ନେତୃବୃନ୍ଦ, ସରକାରୀ ଅଧିକାରୀ ଏବଂ ପୋର୍ଟ ଅଧିକାରୀ ଏବଂ ଆଦାନୀ ଫାଉଣ୍ଡେସନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ଆଦାନୀ ଫାଉଣ୍ଡେସନ ଗତ ଏକ ଦଶନ୍ଧି ମଧ୍ୟରେ ଦେଶର ୧୮ଟି ରାଜ୍ୟର ୨,୨୫୦ ଟି ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଏକ ଦଳଗତ ଆଭିମୁଖ୍ୟ ନେଇ କାର୍ଯ୍ୟ କରୁଅଛି ଯେଉଁଥିରେ ୩୦୦ ରୁ ଊଦ୍ଧ୍ୱର୍ ସମର୍ପିତ କର୍ମୀ ଜଡ଼ିତ ରହିଛନ୍ତି । ଶିକ୍ଷା, ଗୋଷ୍ଠୀ ଚିକିତ୍ସା, ନିରନ୍ତର ଜୀବନଶୈଳୀ ବିକାଶ ଏବଂ ଗୋଷ୍ଠୀ ଭିତ୍ତିଭୂମି ବିକାଶ ପରି ୪ ଟି କ୍ଷେତ୍ରରେ ୫ ଲକ୍ଷ ରୁ ଊଦ୍ଧ୍ୱର୍ ପରିବାର ନିକଟରେ ଆଦାନୀ ଫାଉଣ୍ଡେସନ ପହଞ୍ଚି ପାରିଛି ।
ଧାମରା ପୋର୍ଟ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆରୋଗ୍ୟ କେନ୍ଦ୍ରର ଶୁଭାରମ୍ଭ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ମୁଖ୍ୟଲକ୍ଷ୍ୟ
|
December 9, 2019 |
