ଧାମରାରେ ବୋଇତ ବନ୍ଦାଣ ଉତ୍ସବ ପାଳିତ

Spread the love

 ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଧାମରା ବନ୍ଦର ପ୍ରଶାସନ ଓ ଧାମରେଇ ମନ୍ଦିର ପ୍ରଶାସନ ତରଫରୁ ଏକ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇ ଯାଇଛି। ଉକ୍ତ ଉତ୍ସବ କୁ ଭାରତୀୟ ଜନତା ପାର୍ଟି ର ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ସ୍ଵାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରି ଛାତ୍ରୀ ମାନେ ଅତିଥି ମାନଙ୍କୁ ସ୍ଵାଗତ କରିଥଲେ। ଓଡିଶା ସରକାର ଙ୍କ ଦୁଇ ଜଣ ମନ୍ତ୍ରୀ ସୁରେଶ ପୂଜାରୀ ଓ କୃଷ୍ଣଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଦୁଇ ବିଧାୟକ ଲିକୁ ସାହୁ, ଶିତାଂଶୁସେଖର ମହାପାତ୍ର । ସଭା ମଞ୍ଚ ରେ ଦୁଇ ଜଣ ତଅପୋଇ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଟୁଲୁ ପ୍ରଧାନ ଙ୍କ ମଞ୍ଚ ପରିଚାଳନା ସମସ୍ତ ଙ୍କୁ ଖୁସି ପ୍ରଦାନ କରିଥିଲା। ସାମ୍ବାଦିକା ଶ୍ରୀମତୀ ଅଞ୍ଜନା ପାଢ଼ୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମନମୋହନ ସାମଲ ଓଡିଆ ସଂସ୍କୃତି ଓ ପରମ୍ପରାରେ ବୋଇତ ବନ୍ଦାଣ ଉତ୍ସବ ର ଏକ ସ୍ଥାନ ଅଛି ବୋଲି ମତ ଦେଇଥିଲେ। ମନ୍ତ୍ରୀ ସୁରେଶ ପୂଜାରୀ ତାଙ୍କ ଭାଷଣ ରେ ଧାମରା ବନ୍ଦର କୁ ବାଣିଜ୍ୟ ର ପେଣ୍ଠ ସ୍ଥଳୀ ବୋଲି ବର୍ଣ୍ଣନା କରି ଏହି ପରମ୍ପରା କୁ ବଜାଇ ରଖିବାକୁ ପରାମର୍ଶ ଦେଇଥିଲେ।

Related Posts

About The Author

Add Comment