ଧର୍ମଶାଳା,୨୬/୦୬(ସନ୍ଧାନ ନିୟୁଜ/ଦିପକ ମଲିକ)-ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ଗରିବ ଲୋକମାନଙ୍କୁ ସରକାର ରାସନ ସାମଗ୍ରୀ ଠାରୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ବିଭିନ୍ନ ସୁବିଧା ଯୋଗାଇ ଦେଇଛନ୍ତି । ଏହା ବେଳେ ବେଳେ ରାଜନୈତିକ ପକ୍ଷପାତିତା ପାଇଁ ମଧ୍ୟ ବାଟବରଣା ହେଉଛି । ଯାହା ଫଳରେ କି ଗରିବ ହିତାଧିକାରୀ ମାନେ ଏଥିରୁ ବାଦ ପଡୁଛନ୍ତି । ଏଭଳି ଦେଖିବାକୁ ମିଳୁଛି ଧର୍ମଶାଳା ବ୍ଳକ ମଧୁପୁଗଡ ପଂଚାୟତର ଭୁବନପୁର ଗ୍ରାମରେ ବଟକୃଷ୍ଣ ଜଣେ ଦଳିତ ପରିବାରର ଲୋକ । ସେ ଦୁଇ ପୁଅ ଦୁଇ ବୋହୁ ସମେତ ତିନି ଜଣ ନାତୀ ନାତୁଣୀକୁ ଧରି ଦିନ ମଜୁରିଆ ଭାବରେ ବହୁ ଦୁଃଖ କଷ୍ଟରେ ଥିଲେ ବି ସ୍ୱାଭିମାନରେ ଚଳି ଆସୁଛନ୍ତି । କଚ୍ଚା ଚାଳ ଛପର ଘରକୁ ଆଦରି ରହି ପରିବାର ସମେତ ପଡି ରହିଛନ୍ତି । ସରକାରୀ ଘରେ ଖଣ୍ଡେ ପାଇଁ ବ୍ଳକ ଅଧିକାରୀ ଠାରୁ ଆରମ୍ଭ କରି ବିଧାୟକ ଓ ସରପଂଚ ପାଖରୁ ଦୌଡି ଦୌଡି ନୟାନ୍ତ ହେଲା ପରେ ବି କିଛି ସୁଫଳ ମିଳୁ ନାହିଁ । ସରକାରଙ୍କ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ସମସ୍ତ ପ୍ରମାଣପତ୍ର ଥାଇ ମଧ୍ୟ ବାଧ୍ୟ ହୋଇ ନିଜ କର୍ମକୁ ଆଦରି ସ୍ୱାଭିମାନ ସହିତ ପଡି ରହିଛନ୍ତି । କେବେ ଯେ ସରକାରୀ ଘର ଖଣ୍ଡିଏ ମିଳିବ ତାହାରି ଅପେକ୍ଷାରେ । ପଂଚାୟତ ସ୍ତରରେ ଥିବା ହୀନମାନସିକତା ଓ ବିକୃତ ମାନସିକତାର ରାଜନୈତିକ ନେତାମାନଙ୍କର ଗରିବ ହିତାଧିକାରୀ ମାନଙ୍କ ପ୍ରତି ଏଭଳି ନଜରକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରିଛନ୍ତି । କେବଳ ଏହି ପ୍ରକୃତିର କୁଜି ନେତା ମାନଙ୍କ ପାଇଁ ପ୍ରକୃତ ହିତାଧିକଜାରୀ ମାନେ ସରକାରୀ ସହାୟତାରୁ ବଂଚିତ ହେଉଛନ୍ତି । ଏହାକୁ ବ୍ଳକ କତୃପକ୍ଷ ଦୃଷ୍ଟି ଦେବା ସହ ଗରିବ ହିତାଧିକାରୀ ମାନଙ୍କୁ ସରକାରୀ ସହାୟତା ଦେବାପାଇଁ ସାଧାରଣରେ ଦାବୀ ହେଉଛି ।
ଧର୍ମଶାଳା: ମୁଣ୍ଡ ଗୁଞ୍ଜିବାକୁ ମିଳୁନି ଗୃହ, ଆବାସ ଯୋଜନାରୁ ବଂଚିତ ବଟକୃଷ୍ଣ
|
June 26, 2018 |