ଜେନାପୁର/(ସନ୍ଧାନ ନ୍ୟୁଜ୍) ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଳରାମପୁର ମୁକୁନ୍ଦ ପାତ୍ର ଡିଗ୍ରୀ ମହାବିଦ୍ୟାଳୟରେ ବିଧାୟକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ ଗସ୍ତରେ ଆସି ଓଡିଶା ସରକାରଙ୍କ ଦ୍ଵାରା ମିଳିଥିବା ଅନୁଦାନ ରାଶିରେ ମହାବିଦ୍ୟାଳୟର ଉନ୍ନତି କରଣ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ କଲେଜର ଅନ୍ୟାନ୍ୟ ସୁବିଧା ଓ ଅସୁବିଧା ସଂପର୍କରେ ଅଧ୍ୟକ୍ଷା ଓ କର୍ମଚାରୀ ମାନଙ୍କ ଠାରୁ ଅବଗତ ହୋଇ ଏହାର ଆଶୁ ସମାଧାନ ଏବଂ ମହାବିଦ୍ୟାଳୟର ସାମଗ୍ରିକ ଉନ୍ନତି ପାଇଁ ନିର୍ଭର ପ୍ରତିଶୁତି ଦେଇଛନ୍ତି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଓ ସମସ୍ତ କର୍ମଚାରୀ ମାନେ ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।