ଧର୍ମଶାଳା: ଅବ୍ୟବସ୍ଥାରେ ମଧୁପୁରଗଡ ପଶୁ ଡାକ୍ତରଖାନା

Spread the love
  • 11
    Shares

ଧର୍ମଶାଳା୨୨/୦୬ (ସନ୍ଧାନ ନିୟୁଜ/ମାନସ ରାଉତ), ଧର୍ମଶାଳା ବ୍ଲକ ମଧୁପୁରଗଡଠାରେ ଥିବା ପଶୁ ଡାକ୍ତରଖାନା ଏବେ ବହୁତ ଦୁର୍ଦିନ ଅବସ୍ଥାରେ ଚାଲୁଥିବାର ଅଭିଯୋଗ ହୋଇଅଛି । ଏହି ପଶୁଡାକ୍ତରଖାନାଟି ଦୀର୍ଘ ଦିନର ହୋଇଥିଲେବି ଏହାର ସରକାରୀ ଦାୟିତ୍ୱ ହୀନତା ଏବଂ କର୍ମଚାରୀ ମାନଙ୍କ ଅବାହଳା ପାଇଁ ଧିରେ ଧିରେ ଏହି ଡାକ୍ତରଖାନା କେନ୍ଦ୍ରଟି ଲୋପ ପାଇବାକୁ ବସିଛି । ଏଠାରେ ପାଣିର କୌଣସି ବ୍ୟବସ୍ଥା ନାହିଁ । ବିଦୁ୍ୟତ ସଂଯୋଗ ହୋଇନଥିବାରୁ ର୍କମଚାରୀ ମାନେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ।ଡାକ୍ତରଖାନାର ପାଚେରୀ ଓ ଗେଟ୍ ନଥିବାରୁ ରାତିଦିନ ଗାଇଗୋରୁ, ଷଣ୍ଢ ଓ କୁକୁର ମାନେ ଯାବତୀୟ ଅପରିଷ୍କାର କରୁଛନ୍ତି । ଡାକ୍ତରଖାନାଟି ଗାଁର ମଧ୍ୟ ଭାଗରେ ଥିଲେ ମଧ୍ୟ ଲୋକମାନଙ୍କର କୌଣସି କାର୍ଯ୍ୟାରେ ଆସୁନାହିଁ । ଗାଁର ଲୋକମାନଙ୍କ ଅଭିଯୋଗ ଅନୁଯାୟୀ ଗଡମଧୁପୁର, ପନ୍ତୁରୀ, ଭୂବନପୁର, ମହିଶରା, ଚଡେଇଧରା, ରଗଡିପଶି, ବାଉଁସମୁଳି, ଠାକୁରା, କମାଗଡ ଓ ଗେଙ୍କୁଟିଆ ଆଦି ଅଞ୍ଚଳରେ କିଛି ବ୍ୟକ୍ତି ନିଜକୁ ନକଲି ପଶୁଡାକ୍ତର ସଜାଇ ଗାଁ ଗାଁ ରେ ସାଧାରଣ ଲୋକଙ୍କ ଠାରୁ ଚିକିସôା କରିବା ବାହାନାରେ ଲୋକମାନଙ୍କ ଠାରୁ ଟଙ୍କା ହଡପ କରିବାର ଅଭିଯୋଗ ହୋଇଛି । ଏହି ଚିକିସôାଳୟରେ ପଶୁ ଚିକିସôା କରିବା ପାଇଁ କୌଣସି ସୁବିଧା ନଥିବାରୁ ଲୋକମାନେ ଦଲାଲ ମାନଙ୍କ କବଳରୁ ନିଜକୁ ସୁଧାରି ପାରୁ ନାହାନ୍ତି । ଚିକିସôା ନିମିତ୍ତ ଶହେଟଙ୍କା ଖର୍ଚ୍ଚ ହେବା ଜାଗାରେ ୫୦୦ ଟଙ୍କା ଦଲାଲ ମାନଙ୍କୁ ଦେବାକୁ ବାଧ୍ୟ ହେଉଛନ୍ତି । ଏହାର ତୁରନ୍ତ ସମାଧାନ ପାଇଁ ସାଧାରଣରେ ଦାବି ହେଉଛି ।

  • 11
    Shares

Related Posts

About The Author

Add Comment