ଯାଜପୁର,୧୭/୧୦(ସନ୍ଧାନ ନିୟୁଜ) ବୈଦ୍ଧ ପ୍ରର୍ଯ୍ୟଟନ କ୍ଷେତ୍ର ପାଇଁ ଯାଜପୁର ଜଲ୍ଳାର ଧର୍ମଶାଳା ବ୍ଲକ ସମର୍ଗ ପୃଥିବୀରେ ପରିଚିତ ହୋଇଥିବା ବେଳେ ଏହି ବୈାଦ୍ଧସ୍ଥଳ ଗୁଡିକର ବିକାଶ ଅଦ୍ୟବିଧ ହୋଇପାରିନାହିଁ । ଧର୍ମଶାଳା ବ୍ଲକ ଅଧିନରେ ରହିଛି ବୈାଦ୍ଧ ପ୍ରର୍ଯ୍ୟଟନ କ୍ଷେତ୍ର ଲାଙ୍ଗୁଡି ପାହାଡ, ଦେଉଳିପାଳ ପାହାଡ, ତାରାପୁର ପାହାଡ, କାଏମା ପାହାଡ, କଂଟିଗଡିଆ ପାହାଡ , ନେଉଳପୁର ପାହାଡ ସହିତ ରାଧାନଗର ଭଳି ପୁରାତନ ବୈାଦ୍ଧ ନଗର । ଏହି ସମସ୍ତ ପାହାଡରେ ରହିଛି ବୌଦ୍ଧ ଯୁଗୀୟ ସୁନ୍ଦର କଳା କିର୍ତିରାଜି,ଏବଂ ଗୁମ୍ପା । ଏଗୁଡିକୁ ଦେଖିବା ପାଇଁ ପ୍ରତିଦିନ ଭାରତ ସମେତ ଭାରତ ବାହାରୁ ବହୁ ପ୍ରର୍ଯ୍ୟଟକ ଗବେଷକ, ବୌଦ୍ଧ ସନ୍ୟସୀ ଆସିଥାନ୍ତି । ହେଲେ ଏଗୁଡିକ ସହଜରେ ଦେଖିନପାରି ନିରାଶ ହୋଇ ଫେରିଯାଇଥାନ୍ତି । କାରଣ ଅନେକ ବୌଦ୍ଧ ପ୍ରର୍ଯ୍ୟଟନ ସ୍ଥଳକୁ ଗମନା ଗମନର ସୁବିଧା ନାହିଁ । ନେଉଳପୁର ପାହାଡ ହରିଦେଇପୁର ପାଖରେ ରହିଥିବା ବୌଦ୍ଧ ଗୁମ୍ପା ପାଖକୁ ଆଜିବି ପ୍ରର୍ଯ୍ୟଟକ ପଂହଚି ପାରୁନାହାନ୍ତି । ଅପର ପକ୍ଷରେ ନେଉଳପୁର ବଜାର ଠାରୁ ପାହାଡ ଉପରକୁ ଏକ ୨୦ ଲକ୍ଷ ଟଙ୍କାର ରାସ୍ତା ଲମ୍ବି ଯାଇଛି । ସେହିଭଳି ଦେଉଳି ପାହାଡରେ ରହିଥିବା ଗୁମ୍ପା ପାଖକୁ ରାସ୍ତା ଟିଏ ନାହିଁ । ଯେଉଁ ରାସ୍ତା କରାଯାଇଛି ସେହି ସ୍ଥାନରେ ପହଂଚି କେବଳ ନବ ନିର୍ମିତ ଘର ଦେଖି ପ୍ରର୍ଯ୍ୟଟକୁଙ୍କୁ ଫେରିବାକୁ ପଡିବ । ତରାପରୁ ,ଅଲରାପୁର, କଂଟିଗଡିଆ, କାଏମା ଗୁମ୍ପା ପାଖକୁ ଅଦ୍ୟବିଧି ରାସ୍ତା ନାମ ନକ୍ସା ମଧ୍ୟ ନାହିଁ । ଫଳରେ ବହୁ ବୌଦ୍ଧ ପ୍ରର୍ଯ୍ୟଟକ ଗବେଷକ ଏହି କିର୍ତିରାଜି ଗୁଡିକୁ ପାଖରୁ ଦେଖିପାରିବାର ସୁଯୋଗ ପାଇନାହାନ୍ତି । ଖାଲି ରାସ୍ତା ନୁହେଁ ବରଂ ଏହି ଗୁମ୍ପା ଗୁଡିକୁ ସଂରକ୍ଷଣ ମଧ୍ୟ କରାଯାଇନାହିଁ । କିନ୍ତୁ ନେଉଳପୁର ପାହାଡ ଉପରେ ୧୦୦ ଫୁଟର ବୌଦ୍ଧ ମୁର୍ତି କଣ ପାଇ ସ୍ଥାପନ ହେଉଛି ତାହା ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ଏହି ସ୍ଥାନ ଗୁଡିକୁ ସିଧା ସଳକ ଏବଂ ସୁବିଧାରେ ଯିବା ପାଇଁ ଏଗୁଡିକ ମଧ୍ୟରେ ପ୍ଲାଏ ଓଭର ସଡକ କରିବା ସହିତ ଏହି ରାସ୍ତାର କଡରେ ପୁଲଗଛ କରିବା, ଏବଂ ଏହି ସ୍ଥାନଗୁଡିକ ପାଖରେ ପୁଷ୍ୱଉଦ୍ୟାନ ,ପାର୍କ କରିବା ସହିତ ଏହାର ଯିବା ମାର୍ଗକୁ ଉକôଳର ପ୍ରଥମ ବୌଦ୍ଧ ସନ୍ୟାସୀ ତପୁସୁଙ୍କ ନାମରେ ଏବଂ ଫେରିବା ମାର୍ଗକୁ ଭଲ୍ଲିକଙ୍କ ନାମରେ ନାମିତ କରିବା ପାଇଁ ଜିଲ୍ଲାବସୀ ଦାବି କରିଛନ୍ତି ।
ଯଦି ଏଭଳି ଭାବରେ ଏହି ବୌଦ୍ଧସ୍ଥଳ ଗୁଡିକର ବିକାଶ ହୋଇପାରନ୍ତା ତେବେ ଏହା ଚୀନରେ ଥିବା ବୌଦ୍ଧ ପ୍ରର୍ଯ୍ୟଟନ ସ୍ଥଳ ଲଙ୍ଗମ୍ୟାନ ଉପତ୍ୟାକ ଠାରୁ ଆହୁରି ଆକର୍ଷଣୀୟ ପ୍ରର୍ଯ୍ୟଟନ ସ୍ଥଳ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଇଛି । ଯାହା ଫଳରେ ଅଧିକ ପରିମାଣରେ ବିଦେଶୀ ପ୍ରର୍ଯ୍ୟଟକ ଆସିବା ସହିତ ବେଦେଶୀ ମୁଦ୍ରା ଆମ ଦେଶକୁ ଆସିପାରନ୍ତା ବୋଲି ସର୍ବସାଧରଣରେ ମତ ପ୍ରକାଶ ପାଇଛି । ପ୍ରର୍ଯ୍ୟଟନ ବିଭାଗ ଏହା ଉପରେ ଦୃଷ୍ଟି ଦେବାକୁ ଦାବି ହେଉଛି ।