ଧର୍ମଶାଳାରେ ସୁ ମଙ୍ଗଳ ଯୋଜନା କୋମାରେ: ଡିଇଓ ଏବଂ ଏମ.ଆଇଙ୍କୁ ଲାଂଚ ଟଙ୍କା ନଦେଲେ କାହାରି କାମ ହୁଏନି!

Spread the love

ଯାଜପୁୁର, (ସନ୍ୟୁ) ଯାଜପୁର ଜିଲ୍ଲାରେ ଧର୍ମଶାଳା ବ୍ଲକ ସର୍ବଦା ବିଭିନ୍ନ ଦୂର୍ନିତି ପାଇଁ ଚର୍ଚ୍ଚାରେ ଥିବା ବେଳେ କେତକ ଦର୍ନିୂତିକୁ ନେଇ ଲୋକାୟୁକ୍ତ ତାଗିଦ କରିଛି । ତଥାପି ଧର୍ମଶାଳାରେ ବିଭିନ୍ନ ଯୋଜନାରେ ଅଧିକାରୀ ଏବଂ କମ୍ପୁଟର କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ଲାଂଚ ଘୋଷ ନଦେଲେ କାହାରି କାର୍ଯ୍ୟ ହୁଏନି । ସେଭଳି ଧର୍ମଶାଳା ବ୍ଲକରେ ସୁ ମଙ୍ଗଳ ଯୋଜନାରେ ଦୀର୍ଘଦିନରୁ ଲୋକମାନଙ୍କ କାର୍ଯ୍ୟ ହେଉନଥିବା ନେଇ ମଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଛି । ଦୀର୍ଘଦିନରୁ ଏଠାରେ ଡବ୍ଲୁଇଓ ନଥିବାରୁ ଏହି ବିଭାଗର ଡାଟା ଏଣ୍ଟ୍ରି କର୍ମଚାରୀ ଆକାଶ ବେହେରା ସାଧରଣ କାର୍ଯ୍ୟ ନକରି ସମସ୍ତଙ୍କ ଠାରୁ ଟଙ୍କା ମାଗୁଛି । ଏପରକି ଟଙ୍କା ପାଇବା ପରେ ଆହୁରି ଅଧିକ ଟଙ୍କା ମାଗୁଛି । ଟଙ୍କା ନମିଳିଲେ କାହାରି କାର୍ଯ୍ୟ ହେଉନଥିବା ବେଳେ ଏଥିରେ ଜନମଙ୍ଗଳ ଅଧିକାରୀ ବା ଡବ୍ଲୁଇଓ ଚାର୍ଯ୍ୟରେ ଥିବା ଏମଆଇ ତାଙ୍କୁ ସହିତ ମିଶି ଲୁଟପାଟ ଚଳାଇଛନ୍ତି । ଏପରକି ଏହି ଦୁଇ କର୍ମଚାରୀ ନିଜ ମନମୁତାବକ କାର୍ଯ୍ୟ କରୁଥିବା ବେଳେ ସାଧରଣ ଲୋକଙ୍କ କକୁର ମାଙ୍କଡ ଭଳି ବ୍ୟବହାର କରୁଛନ୍ତି । ସାଧରଣ ଲୋକଙ୍କ କୌଣସି କାର୍ଯ୍ୟ ନକରି ନିଜ ମନମୁତାବକ କାର୍ଯ୍ୟଳୟକୁ ଆସି ଫୁଲବାବୁଙ୍କ ପରି ଗୋଡରେ ଗୋଡ ପକାଇ ବସି ନବାବୁ ପଣିଆ ଦେଖାଉଛନ୍ତି । ଦୀଘ ୧ବର୍ଷ ଧରି କେତକ ହିତାଧିକାରୀ ସୁମଙ୍ଗଳ ଯୋଜନାରେ ସହାୟତା ରାଶି ପାଇବା ପାଇଁ ଆବେଦନ କରିଥିଲେ । ଜିଲ୍ଲା କାର୍ଯ୍ୟଳୟର ତାହା ତୁରନ୍ତ ବ୍ଲକ ଜନମଙ୍ଗଳ ଅଧିକାରୀଙ୍କ ପାଠାଇ ଏହାକୁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସଠିକ୍ କି ନାହିଁ ପୁଣି ଥରେ ଜିଲ୍ଲା କାର୍ଯ୍ୟଳୟକୁ ଜଣାଇବାକୁ ନିର୍ଦ୍ଦେଶ ରହିଥିଲେ ସୁଧା ଉକ୍ତ ବାବୁମାନେି ଏହାକୁ କରୁନାହାନ୍ତି । ଅନ୍ୟପଟରେ ଏନେଇ ଲୋକଙ୍କୁ ଟଙ୍କା ମାଗୁଛନ୍ତି । ଟଙ୍କା ନମିଳିଲେ କାର୍ଯ୍ୟ କରିବେ ନାହିଁ ବୋଲି ରୋକଠୋକ ମନା କରିଦେଉଛନ୍ତି । ଏଭଳି କର୍ମଚାରୀଙ୍କ ଉପରେ ଜିଲ୍ଲାପାଳ ଏବଂ ମଖ୍ୟ ଶାସନ ସଚିବଙ୍କୁ ଅଭିଯୋଗ କରାଯାଇ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବାକୁ ସାଧରଣରେ ଦାବି କରିଛନ୍ତି ।

Related Posts

About The Author

Add Comment