ବେତନଟୀ, ୨୦.୦୧.୨୦୨୧ ( ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା) :- ବେତନଟୀ ପୁଲିସ ପକ୍ଷରୁ ଏହି ଥାନା ଅଧୀନ ତାଡ଼ ଓ ଭଦର ଗ୍ରାମରେ ଚଢ଼ାଉ କରାଯାଇ ବେଆଇନ ମଦ କାରବାର ଅଭିଯୋଗରେ ୨ଜଣ ମହିଳାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ତାଡ଼ର ଦୁଃଖିଆ ସୋରେନଙ୍କ ପତ୍ନୀ ପୁନଶୀ (୨୮) ଓ ଇଦରର ଦୁର୍ଗାଚରଣ ସୋରେନଙ୍କ ପତ୍ନୀ ମିରୁ ଓରଫ ମାଳତୀ(୩୫)। ସେମାନଙ୍କ ନିକଟରୁ ଦେଶୀ ଓ ବିଦେଶୀ ବ୍ରାଣ୍ଡର ପ୍ରାୟ ଦେଢଶହ ଲିଟର ମଦ ଜବତ ହୋଇଛି । ଏ ନେଇ ପୃଥକ ମାମଲା ରୁଜୁ ହୋଇଛି ଓ ଆସନ୍ତାକାଲି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ତିଳୋତ୍ତମ ରାଉତ ସୂଚନା ଦେଇଛନ୍ତି ।
ଦେଢଶହ ଲିଟର ମଦ ଜବତ , ୨ ଗିରଫ
|
January 20, 2021 |
