ଦୃର୍ଘଟଣାରେ କ୍ରସର ଶ୍ରମିକଙ୍କ ମୃତୁ୍ୟ

Spread the love
  • 18
    Shares

ଯାଜପୁର, (ସନ୍ଧାନ ନିୟୁଜ୍/ସନ୍ତୋଷ ରଉତ)ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର -ଶ୍ରୀବନ୍ତପୁର ଠାରେ ଚାଲିଥିବା ଏସଟି ମିନେରାଲ କ୍ରସରରେ ଗତକାଲି ଏକ ଦଶଚକିଆ ଟ୍ରକ ଧକ୍କାରେ ଶ୍ରୀବନ୍ତପୁର ଗ୍ରାମର ଚୌତନ ଦେହୁରୀଙ୍କ ମୃତୁ୍ୟ ଘଟିଥିବା ଜଣାଯାଇଛି । ସେ ଦୀର୍ଘ ଦିନରୁ କ୍ରସରରେ ଶ୍ରମିକ ଭାବେ କାର୍ଯ୍ୟକରୁଥିବା ବେଳେ ଗତକାଲି ସାଢ଼େ୧୧ ଟା ସମୟରେ କାର୍ଯ୍ୟକରୁଥିବା ସମୟରେ ପଛରୁ ଏକ ଟକ୍ର ତାଙ୍କ ଉପରେ ମାଡି ଯାଇଥିଲା ।

ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ହୋଇଥିଲା । ପରେ ଖବର ପାଇ ଧର୍ମଶାଳା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି । ତାଙ୍କର ଅକାଳ ବିୟୋଗରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

  • 18
    Shares

Related Posts

About The Author

Add Comment