ଦୁର୍ଘଟଣା ସ୍ଥଳରୁ ଫେରାର ହାଇୱା ମିତ୍ରପୁରରୁ ଜବତ

Spread the love
  •  
  •  
  •  
  •  
  •  

ଖୁଣ୍ଟା, ୧୧.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):-ଖୁଣ୍ଟା ବଜାର ନିକଟସ୍ଥ ଛୁରୁଣୀ ଛକ ନିକଟରେ ଦୁର୍ଘଟଣା ଘଟେଇ ଫେରାର ହୋଇଥିବା ଅଭିଯୋଗରେ ହାଇକୁ ଜବତ କରାଯାଇଥିବା ବେଳେ ତାର ଚାଳକକୁ ଖୁଣ୍ଟା ପୁଲିସ ଗିରଫ କରିଛି। ଗିରଫ ବାଳକ ହେଉଛି । ଖୁଣ୍ଟା ଥାନା ଡୋଲିଶୋଳ ଗ୍ରାମର ଚନ୍ଦ୍ରମୋହନ ସିଂ (୫୧) ଉକ୍ତ ଦୁର୍ଘଟଣାରେ ଉଦଳା ଥାନା ଅଦିପୁର ଗ୍ରାମର ଯୁବକ ସଂରାୟ ହେମ୍ରମ (୨୨)ର ଘଟଣା ଦିନ ବାରିପଦାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ମୃତ ସଂରାଏର ପିତା ପିଥ ହେମ୍ରମ ସେ ନେଇ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରି ମିତ୍ରପୁରରୁ ହାଇକୁ ଜବତ କରିବା ସହ ଚାଳକ ଚନ୍ଦ୍ରମୋହନକୁ ଗିରଫ କରିଥିଲା । ଘଟଣାରୁ ପ୍ରକାଶଯେ ଗତ ୩ ତାରିଖ ରବିବାର ଅପରାହ୍ନରେ ଛୁରୁଣୀ ଛକରେ ଏକ ହାଇୱା ଡମ୍ପର ଖୁଣ୍ଟା ବଜାର ମଧ୍ୟ ଦେଇ ବାଲେଶ୍ବର ଆଡକୁ ଯିବା ସମୟରେବଜାର ଶେଷ ମୁଣ୍ଡରେ ଦୁର୍ଘଟଣା ଘଟେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଉକ୍ତ ଦୁର୍ଘଟଣାରେ ବାଲେଶ୍ୱରକୁବାଇକରେ ଯାଉଥିବା ୨ ଆରୋହୀ, ଉଦଳା ଥାନା ଆଦିପୁର ଗ୍ରାମର ସିଂରାୟ ଓ ରାଜେଶ ହେମୁମ(୨୫) ରାସ୍ତା ତଳକୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ। ପଥଚାରୀ ମାନେ ସେମାନଙ୍କୁ ଖୁଣ୍ଟା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଉଭୟଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜକୁ ପଠାଯାଇଥିଲା । ଏଥୁ ମଧ୍ୟରେ ଉଭୟ ହାଇ ଓ ଡ୍ରାଇଭରକୁ ପୁଲିସ ଜାମିନ ଛାଡିଥିବା ଜଣାପଡିଛି ।

Related Posts

About The Author

Add Comment