ଦୁଇ ପିଲାର ମାଆକୁ ନେଇ ତିନି ପିଲାର ବାପା ଫେରାର

Spread the love

ବାହାନଗା, ୯ା୭(ସନ୍ଧାନ ନିଉଜ) ବାଲେଶ୍ୱର ଜିଲା ଖନ୍ତାପଡା ଥାନା ଅଞ୍ଚଳର ଜଣେ ୨ ସନ୍ତାନର ମା’ ଜଣେ ୩ ସନ୍ତାନଙ୍କ ବାପା ସହ ଫେରାର ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଉଭୟେ ଫେରାର ହୋଇଯାଉଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡି ମାଡ ଖାଇବା ପରେ ମହିଳାଙ୍କ ସ୍ବାମୀ ଉଭୟଙ୍କୁ ପୋଲିସ୍‌ ଜିମା ଦେବା ପାଇଁ ଘରେ ବାନ୍ଧି ରଖିଥିଲେ। ସେହି ରାତିରେ ଉଭୟେ କୌଶଳକ୍ରମେ ଖସି ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି।
ନୀଳଗିରି ବ୍ଳକ ଡାହାଣିମରା ଅଞ୍ଚଳର ଜଣେ ୩ ସନ୍ତାନର ବାପା ଖନ୍ତାପଡା ଥାନା ଅଞ୍ଚଳର ଜଣେ ୨ ସନ୍ତାନର ମା’ଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟେ ଜୀବନସାଥି ହେବାକୁ ନିଷ୍ପତ୍ତି ନେଇଥିଲେ। ଏ ସମ୍ପର୍କରେ ମହିଳାଙ୍କ ସ୍ବାମୀ ପୂର୍ବରୁ ଜାଣିପାରି ଉଭୟଙ୍କ ନାମରେ ଖନ୍ତାପଡା ଥାନାରେ ଏକ ଅଭିଯୋଗ କରିଥିଲେ। ବୁଧବାର ରାତିରେ ଉଭୟେ ଫେରାର ହୋଇଯାଉଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡିଥିଲେ। ମହିଳାଙ୍କ ସ୍ବାମୀ ଉଭୟଙ୍କୁ ପୋଲିସ୍‌ ଜିମା ଦେବା ପାଇଁ ଘରକୁ ନେଇ ବାନ୍ଧି ରଖିଥିଲେ। ପୋଲିସ୍‌ ଆସିବା ପୂର୍ବରୁ କୌଶଳକ୍ରମେ ଉଭୟ ପ୍ରେମିକା ପ୍ରେମିକ ଫେରାର ହୋଇଯାଇଛନ୍ତି।

Related Posts

About The Author

Add Comment