ଛତିଆ ୧୪/୦୫/(ସନ୍ଧାନ ନିଉଜ୍) ଉମାକାନ୍ତ ବେହେରା)କରୋନା ମହାମାରୀ ସମୟରେ ନିଜର କର୍ତ୍ତବ୍ୟ ସମ୍ପାଦନ ସମୟରେ ରାଜ୍ୟରେ ବହୁ ଗଣମାଧ୍ୟମ ପ୍ରତିନିଧି ପ୍ରାଣ ହରାଇଛନ୍ତି। ସେହି ଦିବଂଗତ କରୋନା ଯୋଦ୍ଧାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା ବରୁଣିଆ ସ୍ଥିତି ସିନ୍ଦୁରେଇ ଠାକୁରଙ୍କ ପୀଠରେ ଅନୁଷ୍ଠିତ ହୋଇଥିଲା। ସାମାଜିକ ଦୂରତା ପ୍ରକାରେ ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ଅଧ୍ୟକ୍ଷତା କରିଥିଲେ। ଏଠାରେ ସ୍ଥିର କରାଯାଇଥିଲା ଆସନ୍ତା ସୋମବାର ସକାଳେେ କିଛି ଦଳିତ ଓ ଆଦିବାସୀ ସାହିରେ କରୋନା ସଚେତନତା କାର୍ଯ୍ୟକ୍ରମ କରାଯିବା ସହିତ ତୁଣ୍ଡି, ସାବୁନ ଓ କିଛି ସୁଖିଲା ଖାଦ୍ୟ ବଣ୍ଟନ କରାଯିବା ପାଇଁ ସ୍ଥିର ହୋଇଥିଲା।। ସେହିପରି ଏହି ସମୟରେ ସାମ୍ବାଦିକ ମାନେ କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା କାରଣରୁ ସତର୍କତାର ସହିତ ନିଜ କର୍ତ୍ତବ୍ୟ ସମ୍ପାଦନ ପାଇଁ କୁହାଯାଇଥିଲା। ଏଠାରେ ସାମ୍ବାଦିକଜୟକାନ୍ତ ରାଉତ, ଦିଗାମ୍ବର ମହାପାତ୍ର, ମୋହନ ଖିଲାର, କମଳା କାନ୍ତ ପାଲ୍, ଶରତ ନାୟକ, ପ୍ରଦ୍ୟୁମ୍ନ କୁମାର ଓଝା, ମନୋଜ କୁମାର ସାମଲ, ହୃଷିିକେଶ ପୃଷ୍ଟି, ଅଜୟ କୁମାର ବେହେରା, ଭୈରବ ବେହେରା, ତୁଷାର ରଞ୍ଜନ ସାହୁ, କାର୍ତ୍ତିକ ଚନ୍ଦ୍ର ରାଉତ, ହିମାଂଶୁ ଭୁଷଣ ବେହେରା, ଉମାକାନ୍ତ ବେହେରା, ଚନ୍ଦ୍ରଶେଖର ପୃଷ୍ଟି, ବ୍ରଜଗୋପାଲ ଦାସ ଯୋଗ ଦେଇ ଥିଲେ।
କରୋନା ମହାମାରୀ ବର୍ତ୍ତମାନ ସାରା ଦେଶରେ ତା ‘ର କାୟା ବିସ୍ତାର କରିଛି। ଏହାର ପ୍ରଭାବରେ ଅବସ୍ଥା ଅତ୍ଯନ୍ତ ଦୟନୀୟ। ଏହି ପ୍ରରିପ୍ରେକ୍ଷୀରେ ଯାଜପୁର ଜିଲା ବଡଚଣା ବ୍ଲକର ଛତିଆ ପ୍ରେସ୍ କ୍ଲବ ଏକ ଛୋଟିଆ ପଦକ୍ଷେପ ହାତକୁ ନେଇଛି।